କଂଗ୍ରେସ ନେତାଙ୍କ ଘରେ ପଶିଲା ଇଡି

ନୂଆଦିଲ୍ଲୀ: ମୁଣ୍ଡ ଉପରେ ନିର୍ବାଚନ । କଂଗ୍ରେସ ନେତାଙ୍କ ଘରେ ପଶିଲା ଇଡି । ରାଜସ୍ଥାନର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା କଂଗ୍ରେସ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ଆଜି ଚଢାଉ କରିଛି ଇଡି । ଗତବର୍ଷ ହୋଇଥିବା ପେପର ଲିକ୍‌ ମାମଲାର ଆର୍ଥିକ ହେରଫେର ମାମଲାରେ ଏହି ଚଢାଉ କରିଛି ଇଡି । ଏଥିସହ କଂଗ୍ରେସ ନେତା ଓମପ୍ରକାଶ ହୁଡଲାଙ୍କ ସମେତ ଅନ୍ୟ କିଛି ଲୋକଙ୍କ ଘରେ ମଧ୍ୟ ଛାନଭିନ ଜାରି ରଖିଛି ଇଡି । ପେପର ଲିକ୍‌ ମାମଲାରେ ଆର୍ଥିକ ନେଣଦେଣ ହୋଇଥିବା ଅଭିଯୋଗ ପାଇଥିବା ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଏହି ମାମଲାରେ ଆରପିଏସସି ସଦସ୍ୟ ବାବୁଲାଲ କଟାରାଙ୍କୁ ତଦନ୍ତ ପରିସରକୁ ନେଇ ପଚରାଉଚରା କରାଯାଇଥିଲା । କିଛି କୋଚିଂ ସେଣ୍ଟର ପକ୍ଷରୁ ଇଡିରେ ଅଭିଯୋଗ ପରେ ଛାପା ମାରିଛି ଇଡି । ସକାଳୁ ସକାଳୁ ଇଡିର ଆକ୍ସନ ଉପରେ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ସେ କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ମହିଳାଙ୍କ ପାଇଁ ଗ୍ୟାରେଣ୍ଟି ଲଞ୍ଚ କରିବା ପରେ ରାଜ୍ୟ କଂଗ୍ରେସ ସଭାପତିଙ୍କ ଘରେ ଏହି ରେଡ୍‌ କରିଛି ଇଡି । ଏହାସହ ସେ ଆହୁରି କହିଛନ୍ତି ଇଡି ପକ୍ଷରୁ ମୋ ପୁଅ ବୈଭବ ଗେହେଲଟକୁ ମଧ୍ୟ ସମନ ମିଳିଛି । ଆପଣ ମାନେ ବୁଝି ପାରୁଥିବେ ମୁଁ ଆଗରୁ ମଧ୍ୟ କହି ଆସିଛି । ବିଜେପି ଚାହୁଁନି ଆମେ ମହିଳା, ଚାଷୀଙ୍କୁ ମିଳିବାକୁ ଥିବା ଫାଇଦାର ଲାଭ ସେମାନେ ନଉଠାନ୍ତୁ । ସେଥିପାଇଁ ଇଡି ସବୁବେଳେ ରାଜସ୍ଥାନ ଭିତରେ ରହିଆସୁଛି ।

Related Articles

Leave a Reply

Your email address will not be published.

Back to top button