ଆପ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆମ ଅଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଅବକାରୀ ଦୁର୍ନୀତି ମାମଲାରେ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି। ଆଜି ସକାଳ ୭ ଟାରେ ଆପ ସାଂସଦଙ୍କ ଘରେ ଇଡି ଚଢାଉ କରିଥିଲା। ଏଠାରୁ ଅନେକ ଡକ୍ୟୁମେଣ୍ଟ ଜବତ କରାଯାଇଛି। ସଞ୍ଜୟ ସିଂଙ୍କ ନାମ ମଧ୍ୟ ଅବକାରୀ ଦୁର୍ନୀତି ମାମଲାର ଚାର୍ଜସିଟରେ ଅଛି। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି।

ଚଳିତ ବର୍ଷ ଜାନୁଆରୀରେ ଇଡି ଏହାର ଚାର୍ଜସିଟରେ ସଞ୍ଜୟ ସିଂଙ୍କ ନାମ ଯୋଡିଥିଲା। ସଞ୍ଜୟ ସିଂ ଏ ସମ୍ପର୍କରେ ଅନେକ ହଙ୍ଗାମା ସୃଷ୍ଟି କରିଥିଲେ। ସଞ୍ଜୟ ସିଂ ଦାବି କରିଛନ୍ତି ଯେ, ଇଡି ଭୁଲରେ ତାଙ୍କ ନାମ ଯୋଡିଛନ୍ତି। ଯାହାକୁ ଇଡି ଉତ୍ତର ଦେଇଥିଲା ଯେ, ସଞ୍ଜୟ ସିଂଙ୍କ ନାମ ସେମାନଙ୍କ ଚାର୍ଜସିଟରେ ଚାରୋଟି ସ୍ଥାନରେ ଲେଖାଯାଇଛି। ଏହି ତିନୋଟି ସ୍ଥାନରେ ନାମ ସଠିକ୍ ଭାବରେ ବନାନ କରାଯାଇଛି। କେବଳ ଗୋଟିଏ ସ୍ଥାନରେ ଟାଇପିଂ ତ୍ରୁଟି ଥିଲା। ଏହା ପରେ ଇଡି ସଞ୍ଜୟ ସିଂଙ୍କୁ ଗଣମାଧ୍ୟମରେ ବିବୃତ୍ତି ନଦେବାକୁ ପରାମର୍ଶ ଦେଇଥିଲା। କାରଣ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି।

Related Articles

Leave a Reply

Your email address will not be published.

Back to top button