ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ, ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ

ହାଇଦ୍ରାବାଦ: ପାକିସ୍ତାନ, ଶ୍ରୀଲଙ୍କା ,ବାଂଲାଦେଶ ପରେ ଏବେ ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗୁରୁତର ହେବାରେ ଲାଗିଛି । ଦେଶରେ ବିଭିନ୍ନ ଖାଦ୍ୟ ଦ୍ରବ୍ୟରର ଅଭାବ ବଢିବାରେ ଲାଗିଛି । କୋରୋନା ମହାମାରୀ ପରଠାରୁ ଦେଶରେ ଖାଦ୍ୟଶସ୍ୟର ଅଭାବ ବଢ଼ି ଚାଲିଛି । ଆମେରିକା ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆ ବହୁ ଅଞ୍ଚଳରେ ଖାଦ୍ୟ ଅଭାବରୁ ଲୋକେ ଭୋକରେ ରହୁଛନ୍ତି । ମାତ୍ର ଦେଶର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନଙ୍କ ବିଶେଷଜ୍ଞମାନେ ଏହି ଆଲୋଚନାକୁ ଖଣ୍ଡନ କରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଦେଶରେ ଅକାଳ ବା ଦୁର୍ଭିକ୍ଷ ପରି ପରିସ୍ଥିତି ନାହିଁ। ତେବେ ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ଦେଶରେ ଚାଷ ନୀତିରେ ସୁଧାର ଅଣା ଯାଉଛି । ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ନୂତନ ଚାଷ ନୀତି ପ୍ରଣୟନ କରାଯିବ । ଯାହା ଫଳରେ ଆମଳ ଦୁଇ ଗୁଣ ବୃଦ୍ଧି ପାଇବ । ବିଶେଷଜ୍ଞମାନେ କହିଛନ୍ତି ଦେଶର ଶାସକ କିମ୍ କିମ୍ ଜଙ୍ଗ ଉନ ଅମେରିକାର ଚାପ ଏବଂ ପ୍ରତିବନ୍ଧକ ସତ୍ତ୍ୱେ ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛି । ଯାହାର ପରିଣାମ ସଦୃଶ୍ୟ ଦେଶରେ ଆର୍ôଥକ ସମସ୍ୟା ଉତ୍ପନ ହେବାରେ ଲାଗିଛି । ସିଓଲର କ୍ୟୁଙ୍ଗନାମ ୟୁନିଭରସିଟିର ଫର ଇଷ୍ଟର୍ନ ଷ୍ଟଡିଜର ପ୍ରଫେସର ଲିମ ଇଲ-ଚୁଲ କହିଛନ୍ତି ଖାଦ୍ୟ ସଙ୍କଟକୁ ଦୂର କରିବା ପରେ ହିଁ ଦେଶରେ ପରମାଣୁ ଶସ୍ତ୍ରର ବିକାଶ କରାଯାଇ ପାରିବ । କାରଣ ଏହା କରିବା ଦ୍ୱାରା କିମ୍ ଜନସାଧାରଣଙ୍କ ସମର୍ଥନ ହରାଇବେ । ଫଳରେ ଏବେ କିମ୍‌ଙ୍କୁ କ୍ଷମତା ଚ୍ୟୁତ ହେବାର ଚିନ୍ତା ଘାରିଛି । ଉତ୍ତର କୋରିଆରେ ଖାଦ୍ୟ ସଙ୍କଟର ପ୍ରକୃତ ସ୍ଥିତି ଜାଣିବା କଷ୍ଟକର । ତେବେ ୧୯୯୦ ଠାରୁ କୋରିଆରେ ସଙ୍କଟର ସମ୍ମୁଖୀନ ହୋଇ ଅସୁଛନ୍ତି । ୧୯୯୦ରେ ହୋଇଥିବା ଖାଦ୍ୟ ସଙ୍କଟର ସମୟରେ ଲକ୍ଷ ଲକ୍ଷ ଲୋକଙ୍କର ଅନାହାରରେ ମୃତ୍ୟୁ ଘଟିଥିଲା । ସେବେ ଠାରୁ ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି ।

Related Articles

Leave a Reply

Your email address will not be published.

Back to top button