ଅଧାରେ ରହିଲା ଦେବୀ ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୟାଲମ୍ମା ଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ଏକ ଡାଲା ଅଟୋ ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବେଲାଗାଭି ଜିଲ୍ଲାର ରାମଦୁର୍ଗା ତାଲୁକୁର ଚିଚାନୁର ଠାରେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ରାମଦୁର୍ଗା ତାଲୁକର ହୁଲାକୁଣ୍ଡା ଗ୍ରାମବାସୀ ଗତ ରାତିରେ ଦେବୀ ୟାଲମ୍ମାଙ୍କୁ ଦର୍ଶନ କରିବାକୁ ସାଭାଦତୀକୁ ଅଭିମୁଖେ ବାହାରିଥିଲେ । କିନ୍ତୁ କୋଣସି କାରଣ ବଶତଃ ଚିଚାନୁର ଠାରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ଆହତଙ୍କ ପରିଚୟ ମିଳିନଥିବା ବେଳେ ୬ ମୃତକ ହେଉଛନ୍ତି ହାନାମଭା ମେଗାଡି, ଦୀପା, ସବିତା, ସୁପ୍ରିତା, ମାରୁତି ଓ ଇନ୍ଦ୍ରଭା ।

Related Articles

Leave a Reply

Your email address will not be published.

Back to top button