ପରଭେଜ ମୁଶାରଫଙ୍କ ପରଲୋକ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି  ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି । ଦୁବାଇସ୍ଥିତ ଏକ ହସ୍ପିଟାଲରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦୁବାଇରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୭୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।  ତାଙ୍କର ପରଲୋକ ହୋଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାର ହୋଇଛି  ଏହାପୂର୍ବରୁ ମଧ୍ୟ ତାଙ୍କର ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରଚାର ହୋଇଥିବାବେଳେ ଏହାକୁ ଖଣ୍ଡନ କରିଥିଲେ ତାଙ୍କ ପରିବାର ଲୋକେ । ତେବେ ଅନେକ ଦିନ ଧରି ବିଭିନ୍ନ ଶରୀରିକ ସମସ୍ୟା ଯୋଗୁଁ ଚିକିତ୍ସାଧିନ ଥିଲେ । ମୁଶାରଫ୍‌ ୨୦୦୧ ରୁ ୨୦୦୮ ପର୍ୟ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ଏହା ପୂର୍ବରୁ ସେ ପାକିସ୍ତାନୀ ସେନାର ମୁଖ୍ୟ ଭାବେ କାର୍ୟ୍ୟ କରିଥିଲେ । ମୁଶାରଫ୍‌ଙ୍କୁ କାର୍ଗିଲ ଯୁଦ୍ଧ ପାଇଁ ସିଧା ସଳଖ ଦାୟୀ କରାଯାଇଥିଲା । ସେ ହିଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କୁ ପରାସ୍ତ କରିଥିଲେ ।

Related Articles

Leave a Reply

Your email address will not be published.

Back to top button