ପଶ୍ଚମବଙ୍ଗର ନୂଆ ରାଜ୍ୟପାଳ ସିଭି ଆନନ୍ଦ ବୋଷ
କୋଲକାତା : ପଶ୍ଚମବଙ୍ଗ ରାଜ୍ୟପାଲ ଭାବେ ଆଜି ଡ. ସିଭି ଆନନ୍ଦ ବୋଷଙ୍କୁ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁ ବୋଷଙ୍କୁ ପଶ୍ଚମବଙ୍ଗର ସ୍ଥାୟୀ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମମୋନୀତ ହେବା ପରେ ରାଜ୍ୟପାଳ ପଦରୁ ଜଗଦୀପ ଧନଖଡ ଇସ୍ତଫା ଦେଇଥିଲେ ଏବଂ ମଣିପୁର ରାଜ୍ୟପାଲ ଲା ଗଣେଶନଙ୍କୁ ଜୁଲାଇରୁ ପଶ୍ଚମବଙ୍ଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଆଜି ରାଜ୍ୟପାଳ ନିଯୁକ୍ତି ହୋଇଥିବା ଡ. ଆନନ୍ଦ ବୋଷ ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର ଏବଂ ସେ ମେଘାଳୟ ସରକାରଙ୍କ ପରାମର୍ଶଦାତା ଅଛନ୍ତିି । ୧୯୭୭ ବ୍ୟାଚର ଆଏଏସ ବୋଷ ୨୦୧୧ରେ କେରଳର ମୁଖ୍ୟ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ । ଡ. ବୋଷ କେରଳର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପିକେ ବାସୁଦେବନ ନାୟାର ଏବଂ ସି. ପଦ୍ମାବତୀଆମ୍ମାଙ୍କ ପୁତ୍ର । ସେ କେରଳର କୋଟ୍ଟାୟମରେ ୨ ଜାନୁଆରୀ, ୧୯୫୧ରେ ଜନ୍ମ ହୋଇଥିଲେ । ତାହ୍ଲକର ଦୀର୍ଗ ପ୍ରଶାସନୀକ କାର୍ଯ୍ୟକାଳରେ ସେ ଶିକ୍ଷା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।