ଦେଶରେ ବଢୁଛି କରୋନା, ୧୨,୫୯୧ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଦେଶରେ ୨୪ ଘଣ୍ଟାରେ ୧୨,୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ ମାମଲା। ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ଅତିକ୍ରମ କରି ସାରିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫,୨୮୬କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ହାର ୫.୪୬ ପ୍ରତିଶତ, ସାପ୍ତାହିକ ସଂକ୍ରମଣ ହାର ୫.୩୨ ପ୍ରତିଶତ, ସକ୍ରିୟ ଆକ୍ରାନ୍ତ ହାର ୦.୧୫%, ଆରୋଗ୍ୟ ହାର ୯୮.୬୭ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୪୦ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୩୧ ହଜାର ୨୩୦ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୮ ଲକ୍ଷ ହୋଇ ସାରିଥିବା ବେଳେ ୪ କୋଟି ୪୨ ଲକ୍ଷ ୬୧ ହଜାର ୪୭୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related Articles

Leave a Reply

Your email address will not be published.

Back to top button