ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ମାମଲା: ଉଦୟନିଧି ଓ ଏ ରାଜାଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟ ଆଜି ନୋଟିସ ଜାରି କରିଛନ୍ତି। ଏହା ବ୍ୟତୀତ ଡିଏମକେ ନେତା ଏ ରାଜାଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି। ଘୃଣ୍ୟ ଭାଷଣ ଉପରେ ବିଚାରାଧୀନ ଆବେଦନ ସହିତ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତାମିଲନାଡୁର ସନାତନ ଧର୍ମ ବିରୋଧରେ ଆୟୋଜିତ କାର୍ଯ୍ୟକ୍ରମକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଚେନ୍ନାଇର ଜଣେ ଓକିଲ ଏକ ପିଟିସନ ଦାଖଲ କରିଛନ୍ତି। ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଆବେଦନରେ ଉଦୟନିଧି ଷ୍ଟାଲିନ ଏବଂ ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଦେଇଥିବା ଅନ୍ୟ ନେତାଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକରଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ସୁପ୍ରିମକୋର୍ଟ ଉଭୟ ନେତାଙ୍କ ବିରୋଧରେ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି।

Related Articles

Leave a Reply

Your email address will not be published.

Back to top button