କଂଗ୍ରେସ ସଭାପତି ନିର୍ବାଚନ ପ୍ରସଙ୍ଗ, ଖାର୍ଗେ ବନାମ ଥରୁର୍ ଚୂଡାନ୍ତ ଲଢେଇ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ଚଳିତମାସ ୧୭ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ବର୍ତ୍ତମାନ କେବଳ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖାର୍ଗେ ଓ ଶଶି ଥରୁର୍ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ମତଦାନ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୬୭ଟି ବୁଥ୍ ସ୍ଥାପନ କରାଯାଇଛି ବୋଲି କଂଗ୍ରେସ ସେଣ୍ଟ୍ରାଲ ଇଲେକ୍‌ସନ ଅଥରିଟୀ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ସୂଚନା ଦେଇଛନ୍ତି । ବରିଷ୍ଠ ନେତା ଓ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ପାଇଁ ନୂଆଦିଲ୍ଲୀସ୍ଥ କଂଗ୍ରେସ ମୁଖ୍ୟାଳୟରେ ମଧ୍ୟ ଏକ ବୁଥ୍ ବ୍ୟବସ୍ଥା କରାଯାଇଛି । ସଂପ୍ରତି ‘ଭାରତ ଯୋଡୋ’ ଅଭିଯାନର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ବୁଥ୍ ସ୍ଥାପନ କରାଯିବ ବୋଲି ମିସ୍ତ୍ରି କହିଛନ୍ତି । ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ୧୭ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସବୁ ବାଲଟ୍ ବାକ୍ସ ଦିଲ୍ଲୀ ପହଞ୍ଚିବାପରେ ୧୯ରେ ଭୋଟଗଣତି କରାଯିବ ।

Related Articles

Leave a Reply

Your email address will not be published.

Back to top button