ଅନନ୍ତନାଗ ଏନକାଉଣ୍ଟରରେ କର୍ଣ୍ଣେଲ, ମେଜର ଏବଂ ଡିଏସପି ଶହୀଦ୍

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ଅନନ୍ତନାଗ ଅନ୍ତର୍ଗତ କୋକରେନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଆର୍ମି କର୍ଣ୍ଣେଲ, ମେଜର ଏବଂ ଡିଏସପି ସହିଦ ହୋଇଥିଲେ। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ଗୁଳି ବିନିମୟରେ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ, ଜାମ୍ମୁ କାଶ୍ମୀର ପୋଲିସର ଡିଏସପି ହୁମାୟୁନ ଭଟ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଥିଲେ। ସେ କହିଛନ୍ତି ଯେ, ଅତ୍ୟଧିକ ରକ୍ତସ୍ରାବ ହେତୁ ଭଟ୍ଟଙ୍କ ମୃତ୍ୟୁ ଘଟିଥିଲା। ଅଧିକାରୀ କହିଛନ୍ତି ଯେ, ଗାଡୋଲେ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ମଙ୍ଗଳବାର ଦିନ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା, କିନ୍ତୁ ରାତିରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ଆଜି ସକାଳେ ଆତଙ୍କବାଦୀଙ୍କୁ ତଲାସୀ ଆରମ୍ଭ ହୋଇଥିଲା ଯେତେବେଳେ ସେମାନଙ୍କୁ ଏକ ଠିକଣାରେ ଦେଖିବାକୁ ମିଳିଥିଲା।