ଝାଡ଼ଖଣ୍ଡରେ ନାବାଳିକାଙ୍କ ବାଲ୍ୟବିବାହ ସବୁଠୁ ଅଧିକ

ନୂଆଦିଲ୍ଲୀ: ଦେଶରେ ବାଲ୍ୟବିବାହକୁ ସାମାଜିକ କୁପ୍ରଥାର ମାନ୍ୟତା ପ୍ରଦାନ କରାଯାଇଥିବା ସତ୍ତ୍ୱେ ଏହାର ସମ୍ପୂର୍ଣ୍ଣ ବିଲୋପ ଘଟିନାହିଁ । ନାବାଳିକାଙ୍କ ବାଲ୍ୟବିବାହ ପ୍ରସଙ୍ଗରେ ଆଦିବାସୀ ବହୁଳ ଝାଡ଼ଖଣ୍ଡ ତାଲିକାର ସର୍ବାଗ୍ରେ ଥିବା ଜଣାପଡିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡରେ ୧୮ ବର୍ଷରୁ କମ ବୟସର ସବୁଠାରୁ ଅଧିକ ଯୁବତୀ ବାଲ୍ୟବିବାହର ଶିକାର ହେଉଛନ୍ତି । ଜାତୀୟସ୍ତରରେ ଘଟୁଥିବା ବାଲ୍ୟବିବାହର ୧.୯ ପ୍ରତିଶତ ଘଟଣା ଝାଡଖଣ୍ଡରେ ଦେଖିବାକୁ ମିଳୁଛି । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୭.୩ ପ୍ରତିଶତ ଘଟଣା ଘଟୁଥିବାବେଳେ ସହରାଞ୍ଚଳରେ ଏହା ୩ ପ୍ରତିଶତ । ଝାଡ଼ଖଣ୍ଡ ପଛକୁ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ପଶ୍ଚିମବଙ୍ଗରେ ୫୪.୯ ପ୍ରତିଶତ ଯୁବତୀ ୨୧ ବର୍ଷ ପୂର୍ବରୁ ବିବାହ ବନ୍ଧନରେ ଆବନ୍ଧ ହେଉଥିବା ରିପୋର୍ଟରୁ ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button