ମୁଖ୍ୟମନ୍ତ୍ରୀ ବଘେଲଙ୍କ ବଡ ନିଷ୍ପତ୍ତି: ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ମିଳିବନି ଛତିଶଗଡରେ ସରକାରୀ ଚାକିରି

ରାୟପୁର: ମହିଳାଙ୍କ ବିରୋଧରେ ଅପରାଧ ସମ୍ପର୍କରେ ଛତିଶଗଡ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସରକାରୀ ଚାକିରି ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ମହିଳାଙ୍କ ପ୍ରତି କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆବେଦନକାରୀ ସରକାରୀ ଚାକିରି ପାଇଁ ଆବେଦନ କରି ପାରିବେ ନାହିଁ। କୌଣସି ସେବା କିମ୍ବା ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ହେବେ ନାହିଁ। କିନ୍ତୁ ଯେକୌଣସି ଆବେଦନକାରୀଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ଅଛି, ଅପରାଧିକ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ତାଙ୍କ ନିଯୁକ୍ତି ମାମଲା ବିଚାରାଧୀନ ରହିବ। ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ସରକାରୀ ଚାକିରି ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ବର୍ତ୍ତମାନ ଆଜି ଏକ ପ୍ରଶାସନିକ ଆଦେଶ ଜାରି କରାଯାଇଛି।

Related Articles

Leave a Reply

Your email address will not be published.

Back to top button