ଏମ୍ଜିଏନ୍ଆର୍ଇଜିଏସ୍ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି, ଧାର୍ଯ୍ୟ ହେଲା ୬୦% ଖର୍ଚ୍ଚ ସୀମା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) ପାଇଁ ଖର୍ଚ୍ଚ ସୀମା ସ୍ଥିର କରିଛନ୍ତି। ରିପୋର୍ଟ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ବଜେଟ୍ର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି ଭାରତ ସରକାର। ଏହି ନିଷ୍ପତ୍ତି ଦେଶର ଗ୍ରାମୀଣ ଅଞ୍ଚଳରେ ରୋଜଗାର ସୁନିଶ୍ଚିତ କରୁଥିବା ଏହି ପ୍ରମୁଖ ଯୋଜନାରେ ନୂଆ ଆର୍ଥିକ ନିୟନ୍ତ୍ରଣ ଆଣିବ ବୋଲି ଅନୁମାନ କରୁଛନ୍ତି ସରକାର। ପ୍ରକାଶ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ୍, ୨୦୦୫ (ଏମ୍ଜିଏନ୍ଆର୍ଇଜିଏ) ଅନୁଯାୟୀ, ଗ୍ରାମୀଣ ପରିବାରଙ୍କୁ ପ୍ରତି ଆର୍ଥିକ ବର୍ଷରେ ଅତି କମ୍ରେ ୧୦୦ ଦିନର ଗ୍ୟାରେଣ୍ଟିଯୁକ୍ତ ମଜୁରୀ ରୋଜଗାର ପ୍ରଦାନ କରାଯାଏ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ପାଇଁ ୮୬,୦୦୦ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଥିଲା, ଯାହା ଏହି ଯୋଜନାର ଆରମ୍ଭ ହେବା ପରଠାରୁ ସର୍ବାଧିକ ବଜେଟ। କିନ୍ତୁ, ଚଳିତ ଅର୍ଥବର୍ଷରେ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଏବଂ ଆର୍ôଥକ ଅନୁଶାସନ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଏହି ୬୦% ଖର୍ଚ୍ଚ ସୀମା ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ବଜେଟ୍ ବିଭାଗକୁ ଏମ୍ଏନ୍ଆର୍ଇଜିଏ ପାଇଁ ଏହାର ଏମ୍ଇପି/କ୍ୟୁଇପି (ମାସିକ ଏବଂ ତ୍ରୈମାସିକ ଖର୍ଚ୍ଚ ପ୍ଲାନ୍) ଦାଖଲ କରିସାରିଛି ଏବଂ ଚଳିତ ଆର୍ôଥକ ବର୍ଷ ୨୦୨୬ର ପ୍ରଥମ ଏବଂ ଦ୍ୱିତୀୟ ତ୍ରୈମାସିକ ପାଇଁ ଅଧିକ ବ୍ୟୟ ସୀମା ପ୍ରସ୍ତାବ ଦେଇଛି। କିନ୍ତୁୂ ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ସହିତ ସହମତ ନୁହେଁ। ଅର୍ଥ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଦୁଇ ମନ୍ତ୍ରଣାଳୟ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଥିଲା ଏବଂ ଅର୍ଥ ମନ୍ତ୍ରଣାଳୟ ଚୂଡ଼ାନ୍ତ କରିଥିଲା ଯେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ଏମ୍ଏନ୍ଆର୍ଇଜିଏର ବାର୍ଷିକ ୮୬,୦୦୦ କୋଟି ଟଙ୍କାର ୬୦% ହିଁ ଖର୍ଚ୍ଚ କରିପାରିବ। ଏହାର ଅର୍ଥ ହେଉଛି ସେପ୍ଟେମ୍ବର ଶେଷ ସୁଦ୍ଧା, ମନ୍ତ୍ରଣାଳୟ ପାଖରେ ଯୋଜନା ପାଇଁ ୫୧,୬୦୦ କୋଟି ଟଙ୍କା ଉପଲବ୍ଧ ରହିବ। ଅନ୍ୟପକ୍ଷେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଯୁକ୍ତି ହେଉଛି ଯେ, ଏମ୍ଜିଏନ୍ଆର୍ଇଜିଏସ୍ ଭଳି ଲୋକପ୍ରିୟ ଯୋଜନାର ଚାହିଦା-ଭିତ୍ତିକ ପ୍ରକୃତି ଯୋଗୁଁ ଏଥିରେ ସ୍ଥିର ବ୍ୟୟ ସୀମା ଲାଗୁ କରାଯିବା ସମ୍ପୂର୍ଣ୍ଣ ଅବାସ୍ତବ। କେନ୍ଦ୍ର ସରକାରଙ୍କ ଏହି ସଂକୁଚିତ ନିୟମ ଦ୍ୱାରା ତାମିଲନାଡୁ ଭଳି ରାଜ୍ୟଗୁଡ଼ିକର ଜବ୍କାର୍ଡ ହୋଲ୍ଡରମାନେ ବିଶେଷ ଭାବେ ପ୍ରଭାବିତ ହେବେ। ତାମିଲନାଡୁ ସରକାରଙ୍କୁ ଚଳିତ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନା ଅନ୍ତର୍ଗତ ୮୮ ଲକ୍ଷ ହିତାଧିକାରୀଙ୍କୁ ମାତ୍ର ୧୨ କୋଟି ପର୍ସନ-ଡେଜ୍ (ଶ୍ରମ ଦିବସ) ମଧ୍ୟରେ ସମାହିତ କରିବାକୁ ପଡ଼ିବ। ରାଜ୍ୟ ସରକାର ପ୍ରାରମ୍ଭିକ ଭାବେ ୩୫ କୋଟି ପର୍ସନ-ଡେଜ୍ ପ୍ରସ୍ତାବ ଦେଇଥିଲେ, କିନ୍ତୁ କେନ୍ଦ୍ର ସରକାର ଏହାକୁ ହ୍ରାସ କରିଛନ୍ତି। ଏମ୍ଜିଏନ୍ଆର୍ଇଜିଏ ଯୋଜନା ଗ୍ରାମୀଣ ଅଞ୍ଚଳରେ ଜୀବିକା ସୁରକ୍ଷା ବୃଦ୍ଧି କରିବା ସହ ରାସ୍ତା, ନାଳ, ପୋଖରୀ ଓ କୂଅ ଭଳି ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଆସିଛି। ଏହି ଯୋଜନା ମହିଳାମାନଙ୍କ ପାଇଁ ଅତି କମରେ ୫୦% ଚାକିରି ସୁନିଶ୍ଚିତ କରେ ଏବଂ ଗ୍ରାମ ପଞ୍ଚାୟତମାନଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୁଏ। କିନ୍ତୁ ଏବେ ଏଥିରେ ଖର୍ଚ୍ଚ ସୀମା ଲାଗୁ କରାଯିବା ଯୋଗୁଁ ରାଜ୍ୟମାନେ ହିତାଧିକାରୀଙ୍କ ଚାହିଦା ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେବା ସୁନିଶ୍ଚିତ। କେନ୍ଦ୍ର ସରକାରଙ୍କ ଏପ୍ରକାର ନିଷ୍ପତ୍ତିକୁ ଏବେ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ଏବଂ ଏପରି ନିଷ୍ପତ୍ତି ଗ୍ରାମୀଣ ରୋଜଗାର ଉପରେ ପ୍ରଭାବ ପକାଇପାରେ ବୋଲି ମତ ପ୍ରକାଶ ପାଉଛି। ସିଧାସଳଖ ଭାବେ କହିଲେ କେନ୍ଦ୍ରର ଏହି ୬୦% ଖର୍ଚ୍ଚ ସୀମା ନିଷ୍ପତ୍ତି ରାଜନୈତିକ ଓ ସାମାଜିକ ବିତର୍କ ସୃଷ୍ଟି କରିଛି। ଅନ୍ୟପକ୍ଷେ କେନ୍ଦ୍ର ସରକାର ଏହାକୁ ଆର୍ôଥକ ଦକ୍ଷତା ବୃଦ୍ଧି ଓ ସମ୍ପଦର ଉପଯୁକ୍ତ ବ୍ୟବହାର ପାଇଁ ଏକ ପଦକ୍ଷେପ ବୋଲି ଦାବି କରୁଛନ୍ତି। ଏହି ନିଷ୍ପତ୍ତିର ପ୍ରକୃତ ପ୍ରଭାବ ଆଗାମୀ ମାସମାନଙ୍କରେ ସ୍ପଷ୍ଟ ହେବ, ଯେତେବେଳେ ରାଜ୍ୟମାନେ ଏହି ସୀମିତ ବଜେଟ ଅଧୀନରେ ଚାହିଦା ପୂରଣ କରିବାକୁ ଚେଷ୍ଟା କରିବେ।