ବିଭିଆର ସୁବ୍ରମଣ୍ୟମ୍‌ ନିତି ଆୟୋଗ ସିଇଓ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଭିଆର ସୁବ୍ରମଣ୍ୟମ୍‌ଙ୍କୁ କେନ୍ଦ୍ର ସରକାର ନିତି ଆୟୋଗର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି। ପରମେଶ୍ବରନ୍ ଆୟାରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଆୟାର ବିଶ୍ବବ୍ୟାଙ୍କ କାର୍ୟ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତି ହେବା ପରେ ୧୯୮୭ ବ୍ୟାଚ୍‌ ଛତିଶଗଡ଼ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସୁବ୍ରମଣ୍ୟମ୍‌ଙ୍କୁ ନିତି ଆୟୋଗର ସିଇଓ ପଦରେ ନିଯୁକ୍ତି ଦେବା ଲାଗି କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ ବୈଠକ ଅନୁମୋଦନ କରିଥିଲା। ଶ୍ରୀ ସୁବ୍ରମଣ୍ୟମ୍‌ ଆନ୍ଧ୍ରପ୍ରଦେଶର ମୂଳବାସିନ୍ଦା। ସେ ଇଞ୍ଜିନିୟରିଂ ଡିଗ୍ରୀ ସହ ଲଣ୍ଡନ୍‌ ବିଜ୍‌ନେସ୍‌ ସ୍କୁଲରୁ ମ୍ୟାନେଜ୍‌ମେଣ୍ଟରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟପକ୍ଷରେ ସରକାରୀ ଆଦେଶନାମା ଅନୁଯାୟୀ, ଶ୍ରୀ ଆୟାର ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍‌ ଡିସିରେ ଥିବା ବିଶ୍ବବ୍ୟାଙ୍କ ମୁଖ୍ୟାଳୟରେ ଦୁଇବର୍ଷ ପାଇଁ କାର୍ୟ୍ୟନିର୍ବାହୀ ନିର୍ଦେଶକ ପଦରେ କାର୍ୟ୍ୟ କରିବେ।

Related Articles

Leave a Reply

Your email address will not be published.

Back to top button