ସ୍କୁଲ ଯାଉଥିବା ବେଳେ ବାଗମତୀ ନଦୀରେ ବୁଡ଼ିଲା ଡଙ୍ଗା, ୨୦ ପିଲା ଉଦ୍ଧାର, ୧୦ ନିଖୋଜ

ନୂଆଦିଲ୍ଲୀ: ଆଜି ସକାଳେ ବିହାରର ମୁଜାଫରପୁରରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି। ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବାଗମତୀ ନଦୀରେ ବୁଡ଼ିଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୨୦ ପିଲାଙ୍କୁ ଉଦ୍ଧାର କରାଯାଇଛି। ପ୍ରାୟ ୧୦ ଜଣ ନିଖୋଜ ଅଛନ୍ତି। ଡଙ୍ଗାରେ ପ୍ରାୟ ୩୦ ପିଲା ଥିଲେ। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ଆକଳନ ବିଷୟରେ କେହି କିଛି କହୁ ନାହାଁନ୍ତି। ବେନିବାଦ ଓପି ଅଞ୍ଚଳର ଭାତଗାମା ଗାଁର ମଧୁରପଟ୍ଟୀ ଘାଟ ନିକଟରେ ଏହି ଘଟଣା ରିପୋର୍ଟ ହୋଇଛି। ନିଖୋଜ ପିଲାମାନଙ୍କୁ ଖୋଜାଖୋଜି କରାଯାଉଛି। SDRF ଦଳ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକେ ମଧ୍ୟ ପିଲାମାନଙ୍କୁ ଖୋଜୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button