ଜାମ୍ମୁ କାଶ୍ମୀରରେ ବିସ୍ଫୋରଣ

ଶ୍ରୀନଗର: କାଶ୍ମୀରରେ ବିସ୍ଫୋରଣ ।  କାଶ୍ମୀରର କାଠୁଆରେ ବଡ ଧରଣର ବିସ୍ଫୋରଣ ହୋଇଛି । ଅନ୍ତର୍ଜାତୀୟ ସୀମା ନିକଟ ହୀରାନଗରରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ପୋଲିସ ପକ୍ଷରୁ ବଡ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । କୌଣସି ବଡ ଧରଣର ଆତଙ୍କୀ ଯୋଜନା କରାଯାଇଥିବା ଅନୁମାନ କରାଯାଉଛି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ଓ ଏହା ପଛରେ କାହାର ହାତ ଅଛି ସେ ନେଇ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜମ୍ମୁକାଶ୍ମୀର ଏଡିଜିପି ମୁକେଶ ସିଂ କହିଛନ୍ତି, କାଠୁଆ ଜିଲ୍ଲା ବିପିପି ସନୟ୍ୟାଲ ସମେତ ଅନ୍ତର୍ଜାତୀୟ ସୀମା ନିକଟ ହୀରାନଗରରେ ଏକ ବିସ୍ଫୋରଣ ଶଦ୍ଦ ହେଲା । ହୀରାନଗର ପୋଲିସ ଷ୍ଟେସନକୁ ମଧ୍ୟ ବିସ୍ଫୋରଣ ଶଦ୍ଦ ଶୁଣାଯାଇଛି । ଖବର ମିଳିବା ପରେ କାଠୁଆ ଏସଏସପି ଶିବଦୀପ ସିଂହଙ୍କ ନେତୃତ୍ବରେ ପୋଲିସ ଟିମ ଉକ୍ତ ସ୍ଥାନରେ ପହଞ୍ଚି ବଡ ଅପରେସନ ଆରମ୍ଭ କରିଛି । ବିସ୍ଫୋରଣରେ କାହାର କିଛି ହୋଇନାହିଁ ।”

Related Articles

Leave a Reply

Your email address will not be published.

Back to top button