ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ନୂଆଠିକଣା ହୋଇଛି ଭାରତ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ମାଲଡୋଭାର ଶିକ୍ଷା ଏବଂ ଗବେଷଣା ମନ୍ତ୍ରୀ ଡାନ୍ ପର୍ସିୟୁନ୍ ଏବଂ ରାଷ୍ଟ୍ରଦୂତ ଆନା ଟବାନଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ଉଭୟ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଶୈକ୍ଷିକ ଏବଂ ଗବେଷଣା ସହଯୋଗକୁ ସୁଗମ କରିବା ଉପରେ ଫଳପ୍ରଦ ଆଲୋଚନା ହୋଇଛି। ବୈଠକ କାଳରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଚର୍ଚ୍ଚା କରିବା ସହ ଭାରତର ଶିକ୍ଷାକୁ ଅନ୍ତର୍ଜାତୀୟକରଣ ପାଇଁ ହେଉଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ। ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଭାରତ ନୂଆ ଠିକଣା ହୋଇଛି। ମାଲଡୋଭା ଓ ଭାରତର ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ, ଉଦ୍ଭାବକ ଏବଂ କର୍ମଚାରୀଙ୍କ ପାଇଁ ନୂତନ ସୁଯୋଗ ଅନ୍ୱେଷଣ କରିବା ପାଇଁ ସହଯୋଗ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ୍ କରିବା ଉପରେ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button