କେଦାରନାଥ ଯାତ୍ରା ପୂର୍ବରୁ ଅଘଟଣ, ହେଲିକପ୍ଟର ବ୍ଲେଡରେ କଟିଗଲା ଯୁବକଙ୍କ ବେକ

ଉତ୍ତରାଖଣ୍ଡ : କେଦାରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଦୁର୍ଘଟଣା । ହେଲିକପ୍ଟର ପଙ୍ଖାରେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅମିତ ସୋନି । ଦୁର୍ଘଟଣା ସମୟରେ ଅମିତ କେଦାରନାଥ ହେଲିପ୍ୟାଡ୍‌ର ନୀରିକ୍ଷଣ କରୁଥିଲେ । ସେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ। ସେ ନୀରିକ୍ଷଣ ପାଇଁ ହେଲିକପ୍ଟରରୁ ଓହ୍ଲାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ସୂଚନାନୁସାରେ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କଟି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲିପ୍ୟାଡରେ ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button