ବାଗ୍‌ମତୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ଜଳିଗଲା କିଛି ବଗି, ଯାତ୍ରୀ ସୁରକ୍ଷିତ

ଚେନ୍ନାଇ : ମୈସୁର-ଦରଭଙ୍ଗା ବାଗ୍‌ମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ (ଗାଡ଼ି ନଂ-୧୨୫୭୮) ଦୁର୍ଘଟଣାଗ୍ରସ୍ତ ହୋଇପଡିଛି। ଚେନ୍ନାଇ ଡିଭିଜନ୍‌ର ତିରୁଭାଲ୍ଲୁର ସ୍ଥିତ କାବରାପେଟାଇ ରେଲୱେ ଷ୍ଟେସନ୍ ନିକଟରେ ଏହି ଏକ୍ସପ୍ରେସ୍ ଟ୍ରେନ୍‌ଟି ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଛି। ଏଥିରେ ଏକ୍ସପ୍ରେସ୍ ଟ୍ରେନ୍‌ଟିର ୨ଟି ବଗି (୪ ଏସି କମ୍ପାର୍ଟମେଣ୍ଟ) ଲାଇନ୍‌ଚ୍ୟୁତ ହୋଇପଡିଥିବା ବେଳେ ଏଥିରେ ଯାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି। ତେବେ ରିପୋର୍ଟ ଲେଖାହେବା ବେଳକୁ ଏହି ଅଘଟଣରେ କେହି ମୃତ୍ୟୁବରଣ କରିନଥିବା ନେଇ କୁହାଯାଉଥିବା ବେଳେ ଏକ୍ସପ୍ରେସ୍ ଟ୍ରେନ୍‌ଟିରେ କିନ୍ତୁ ନିଆଁ ଲାଗିଯାଇଛି। ଟ୍ରେନ୍‌ର କେତେକ ବଗି ଜଳୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପୂର୍ବାହ୍ନ ୧୦.୩୦ ସମୟରେ ମୈସୁରରୁ ବାହାରିଥିବା ମୈସୁର-ଦରଭଙ୍ଗା ବାଗ୍‌ମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ଟି ଦରଭଙ୍ଗା ଅଭିମୂଖେ ଯାତ୍ରା କରୁଥିବା ବେଳେ ତାମିଲନାଡୁ-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଏପ୍ରକାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଅଗ୍ନିଶମ ବିଭାଗ ଓ ରେଲୱେ ସୁରକ୍ଷା ବଳ ପକ୍ଷରୁ ନିଆଁଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button