ହମାସକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ବୁଧବାର ଅଭିଯୋଗ କରିଛନ୍ତି ଯେ, ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ନେତା ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ କଂଗ୍ରେସ ହମାସକୁ ନିନ୍ଦା କରିନାହିଁ ଏବଂ ପାଲେଷ୍ଟାଇନ ପାଇଁ ସମର୍ଥନ ଘୋଷଣା କରିଛି। ଆସାମ ସିଏମ୍ ଏହା ମଧ୍ୟ କହିଛନ୍ତି ଯେ, ନବ ଗଠିତ ଇଣ୍ଡିଆ ଇନକ୍ଲୁସିଭ୍ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ (ଇଣ୍ଡିଆ) ର ଗଠନକାରୀ ଦଳ ମଧ୍ୟରେ କୌଣସି ଏକତା ନାହିଁ ଏବଂ ଏହା କେବଳ ଭାରତର ଲୋକଙ୍କୁ ପ୍ରତାରଣା କରିବା ପାଇଁ ଗଠନ କରାଯାଇଛି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, “ନିକଟରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ହମାସ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ସମସ୍ତେ କହିଛନ୍ତି ଯେ, ଏହି ସମୟରେ ହମାସକୁ ନିନ୍ଦା କରିବା ଆବଶ୍ୟକ। କିନ୍ତୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ତେଲେଙ୍ଗାନାରେ ନିର୍ବାଚନ ଆସୁଛି ତେଣୁ ଆମେ ପାଲେଷ୍ଟାଇନକୁ ସମର୍ଥନ କରିବା ଉଚିତ୍। ଏହା ପରେ ଏହି ପ୍ରସ୍ତାବ ପାରିତ ହେଲା।

Related Articles

Leave a Reply

Your email address will not be published.

Back to top button