ଏସିଆନ୍ ଗେମ୍ସ: ଶ୍ରୀଲଙ୍କାକୁ ହରାଇ ଭାରତୀୟ ମହିଳା କ୍ରିକେଟ ଦଳ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଆଜି ଭାରତୀୟ ମହିଳା କ୍ରିକେଟ ଦଳକୁ ବଡ ସଫଳତା ମିଳିଛି। ଏସିଆନ୍ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରାବାନ୍ଵିତ କରିଛନ୍ତି। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ୧୧୭ ରନ୍ ଲକ୍ଷ୍ୟକୁ ପିଛା କରି ୮ ୱିକେଟ ହରାଇ ୯୭ ରନ କରିବାରେ ସକ୍ଷମ ହୋଇପାରିଥିଲା। ଏହିପରି ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରି ଏସିଆନ୍ ଗେମ୍ସରେ ସ୍ଵର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ଦଳ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଯେତେବେଳେ କି ଶ୍ରୀଲଙ୍କା ମହିଳା ଦଳ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

Related Articles

Leave a Reply

Your email address will not be published.

Back to top button