ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଆଜି ସକାଳେ ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅନ୍ତର୍ଗତ ମାର୍‌ୱା ତହସିଲ୍‌ ଅଞ୍ଚଳର ମାଛନା ଗାଁ’ରେ ଗୋଟାଏ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ରେ ପ୍ରାୟ ୩ଜଣ ଲୋକ ଥିଲେ। ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ହେଲିକପ୍ଟର୍‌ ଦୁର୍ଘଟଣାରେ ପାଇଲଟ୍‌ମାନେ ଆହତ ହୋଇଥିଲେ ବି ନିରାପଦ ଅଛନ୍ତି। ସେନାର ଗୋଟାଏ ‘ଏଏଲ୍‌ଏଚ୍‌ ଧ୍ରୁବ ହେଲିକପ୍ଟର୍‌’ ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତ ହୋଇଥିଲେ ବି ପାଇଲଟ୍‌ମାନେ ନିରାପଦ ଅଛନ୍ତି ଓ ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ସେନା ଅଧିକାରୀମାନେ କହିଛନ୍ତି। କିସ୍ତୱାଡ଼ ଜିଲ୍ଲାର ମାର୍‌ୱା-ଦାଛନ ମଧ୍ୟରେ ପ୍ରବାହିତ ମରୁସୁଦର୍‌ ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ଭଗ୍ନାଂଶ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣା ସ୍ଥାନରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ମରଣଯୋଗ୍ୟ, ଚଳିତ ବର୍ଷ ମାର୍ଚ ମାସରେ ଅରୁଣାଚଳ ପ୍ରଦେଶର ମଣ୍ଡଳା ପର୍ବତ୍ୟାଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୨ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିଲା।

Related Articles

Leave a Reply

Your email address will not be published.

Back to top button