ଉଦ୍ଧବଙ୍କୁ ଆଉ ଏକ ଝଟକା

ମୁମ୍ବାଇ: ଶିବସେନାର ନାଁ ଏବଂ ଦଳୀୟ ଚିହ୍ନ ହରାଇବା ପରେ ଏବେ ପୁଣି ଥରେ ଉଦ୍ଧବ ଠାକରେଙ୍କୁ ଝଟକା ଲାଗିଛି । ଏକନାଥ ସିନ୍ଦେ କ୍ଷମତା ଛଡ଼ାଇନେବା ପରେ ଏବେ ଉଦ୍ଧବଙ୍କଠାରୁ ତାଙ୍କ ସମର୍ଥକ ମଧ୍ୟ ଦୂରେଇ ଯାଉଥିବା ଦେଖାଯାଇଛି । ଅତୀତରେ ଉଦ୍ଧବଙ୍କ ସମର୍ଥକ ସିନ୍ଦେଙ୍କ ସହ ହାତ ମିଳାଇଥିବା ଦେଖିବାକୁ ମିଳିଥିବା ବେଳେ କିଛି ଦିନ ତଳେ ଉଦ୍ଧବଙ୍କ ଅତି ଘନିଷ୍ଠ ବନ୍ଧୁ ସୁଭାଷ ଦେଶାଇଙ୍କ ପୁଅ ଭୂଷଣ ଦେଶାଇ, ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିଲେ । ଏବେ ଠାକରେଙ୍କ ଗୋଷ୍ଠୀର ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ଏବେ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେବେ । ସେ ସିନ୍ଦେଙ୍କ ଶିବସେନାର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ତେବେ ଶିବସେନାରେ ଯୋଗଦେବା ପରେ ଭୂଷଣ ଦେଶାଇ କହିଥିଲେ, ‘ବାଲାସାହେବ ମୋର ଭଗବାନ । ଏକନାଥ ସିନ୍ଦେ ହିନ୍ଦୁତ୍ୱର ଧାରଣାକୁ ପ୍ରୋତ୍ସାହିତ କରୁଛନ୍ତି । ମୁଁ ତାଙ୍କ ଉପରେ ବିଶ୍ୱାସ କରେ । ମୁଁ ତାଙ୍କ ସହିତ ପୂର୍ବରୁ କାମ କରିସାରିଛି ଏବଂ ଭବିଷ୍ୟତରେ ମଧ୍ୟ ମୁଁ ତାଙ୍କ ପାଇଁ ଛିଡା ହେବି । ଜଣେ ସାମାଜିକ କର୍ମୀ ଭାବରେ ମୁଁ ସିନ୍ଦେଙ୍କ ଦ୍ୱାରା ଅନୁପ୍ରାଣିତ । ଭୂଷଣ ଦଳରେ ଯୋଗଦେବା ପରେ ଏକନାଥ ସିନ୍ଦେ କହିଥିଲେ ଯେ ବିଧାନସଭା ଅଧିବେଶନ ଚାଲିଛି । ଆମର ଅଧିବେଶନ ଚାଲିଥିବା ବେଳେ ଭୂଷଣ ସୁଭାଷ ଦେଶାଇ ଆମ ସହିତ ସାମିଲ ହୋଇଛନ୍ତି । ମହାରାଷ୍ଟ୍ରରେ ବାଲାସାହେବଙ୍କ ଚିନ୍ତାଧାରାକୁ ଅନୁସରଣ କରୁଥିବା ସରକାର ରହିଛି । ଯେତେବେଳେ ଆମେ ବିଦ୍ରୋହ କରିବାକୁ ନିଷ୍ପତ୍ତି ନେଇଥିଲୁ, ଆମ ସହିତ ୪୦ଜଣ ବିଧାୟକ ଏବଂ ୧୩ଜଣ ସାଂସଦ ଥିଲେ । କିନ୍ତୁ ଏହା ପରେ ଅନେକ ଲୋକ ଆମ ସହିତ ଯୋଗ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button