ପୁଣି ବିଶ୍ୱର ନମ୍ବର ୱାନ ଧନୀ ହେଲେ ଏଲନ ମସ୍କ

ନୂଆଦିଲ୍ଲୀ: ପୁଣି ବିଶ୍ୱର ନମ୍ବର ୱାନ ଧନୀ ହେଲେ ଟୁଇଟର ମାଲିକ ଏଲନ ମସ୍କ । ଗତବର୍ଷ ଆର୍ଥିକ କ୍ଷତି ଯୋଗୁଁ ବିଶ୍ୱ ଧନୀ ତାଲିକାରୁ ସେ ଦୁଇ ନମ୍ବର ସ୍ଥାନକୁ ଖସି ଆସିଥିଲେ । ଏବେ ପୁଣି ସେ ନମ୍ବର ୱାନ ଧନୀ ତାଲିକାରେ ନିଜ ସ୍ଥାନକୁ ପକ୍କା କରିଛନ୍ତି । ଫ୍ରାନ୍ସର ବର୍ଣ୍ଣାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ତାଲିକାରେ ରହିଛନ୍ତି । ଗତବର୍ଷ ଡିସେମ୍ବରରେ ବର୍ନାଡ ମସ୍କକୁ ଅତିକ୍ରମ କରି ଏକ ନମ୍ବର ସ୍ଥାନରେ ରହିଥିଲେ । ଏବେ ୨ ମାସ ଭିତରେ ପୁଣିଥରେ ନିଜ ସ୍ଥାନକୁ ଫେରି ପାରିଛନ୍ତି ମସ୍କ । ଏଲନ ମସ୍କଙ୍କ ସମ୍ପତିର ମୂଲ୍ୟ ଏବେ ୧୮୭ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ବର୍ନାଡଙ୍କ ସମ୍ପତି ରହିଛି ୧୮୫ ବିଲିୟନ ଡଲାର ।

Related Articles

Leave a Reply

Your email address will not be published.

Back to top button