କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଶାହା

ନୂଆଦିଲ୍ଲୀ: ଅମିତ ଶାହା ଆଜି ନୂଆଦିଲ୍ଲୀର ନର୍ଥ ବ୍ଲକରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ‘ଏକ୍ସ’ ରେ ଏକ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସର୍ବଦା ଦେଶ ଏବଂ ଏହାର ଲୋକଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମୋଦୀ ୩.୦ ଭାରତର ସୁରକ୍ଷା ପାଇଁ ନିଜର ପ୍ରୟାସକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ ଏବଂ ଆତଙ୍କବାଦ, ବିଦ୍ରୋହ ଏବଂ ନକ୍ସଲବାଦ ବିରୋଧରେ ଭାରତକୁ ଏକ ଦୃଢ଼ ଶକ୍ତି ଭାବରେ ଗଢ଼ିତୋଳିବେ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ପୁଲିସ ସ୍ମାରକୀଠାରେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ସମ୍ମାନ ରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଆମ ପୋଲିସ ବାହିନୀର ସହିଦମାନଙ୍କୁ ସ୍ମରଣ କରିବା ଉଚିତ ଯେଉଁମାନଙ୍କ ବଳିଦାନର ଗାଥା ଦେଶପ୍ରେମର ଉତ୍ସାହକୁ ସବୁଦିନ ପାଇଁ ଅମର କରିଦେଇଛି ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button