ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କବେଳେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ ଅମିତ ଶାହା

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କବେଳେ ଭାଷଣ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାହୁଲ ଗାନ୍ଧୀ, ନୀତୀଶ କୁମାର, ଅଖିଳେଶ ଯାଦବ, ସୁପ୍ରିୟା ସୁଲେଙ୍କ ସମେତ ଅନ୍ୟ କେତେକ ବିରୋଧୀ ନେତାଙ୍କୁ ଜବାବ ଦେଇଛନ୍ତି। ରାହୁଲ ଗାନ୍ଧି ଓ କଳାବତୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ୍‍ ସମ୍ପର୍କରେ ଶାହ କହିଛନ୍ତି ଯେ ଏହି ଗୃହରେ ଜଣେ ନେତା (ରାହୁଲ ଗାନ୍ଧୀ) ଅଛନ୍ତି ଯିଏ କି ୧୩ ଥର ରାଜନୀତିକୁ ଆସିଥିଲେ, କିନ୍ତୁ ସେ ୧୩ ଥର ବିଫଳ ହୋଇଛନ୍ତି। ଶାହା କହିଛନ୍ତି ଯେ ମୋଦି ସରକାର ଜନଧନ ଆକାଉଣ୍ଟ ଖୋଲିବା ସମୟରେ ନୀତୀଶ କୁମାର ତାଙ୍କୁ ଉପହାସ କରିଥିଲେ। କିନ୍ତୁ ଆଜି ଏହି ଆକାଉଣ୍ଟରେ ୨ ଲକ୍ଷ କୋଟି ଟଙ୍କା ଗରିବଙ୍କ ଜମା ହୋଇଛି। ୩୦୦ରୁ ଅଧିକ ଯୋଜନାରେ ମୋଦି ସରକାର ଡିବିଟି ଜରିଆରେ ଗରିବଙ୍କ ଆକାଉଣ୍ଟକୁ ୨୫ ଲକ୍ଷ କୋଟି ଟଙ୍କା ପଠାଇଛନ୍ତି । ସେ କହିଛନ୍ତି ଯେ କୋଭିଡ ସମୟରେ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବ କୋଭିଡ ଟୀକାକୁ ମୋଦୀ ଟୀକା ବୋଲି କହିଥିଲେ। ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ନେଇ ସୁପ୍ରିୟା ସୁଲେଙ୍କ ଅଭିଯୋଗର ଜବାବ ଦେଇ ଶାହା କହିଛନ୍ତି ଯେ ଭାରତୀୟ ଜନସଂଘ ସମର୍ଥନରେ ଶରଦ ପାୱାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ପ୍ରଥମ ସରକାରକୁ ଭାଙ୍ଗି ଦେଇଥିଲେ। ବିରୋଧୀ ମେଣ୍ଟର ନାମ ପରିବର୍ତ୍ତନକୁ କଡ଼ା ସମାଲୋଚନା କରି ଗୃହମନ୍ତ୍ରୀ କହିଛନ୍ତି ଯେ ୟୁପିଏର ୧୦ ବର୍ଷର କାର୍ଯ୍ୟକାଳରେ ଦୁର୍ନୀତି ଯୋଗୁଁ ଏହା ୟୁପିଏର ପରିଚୟ ହଜିଛି, ତେଣୁ ସେମାନଙ୍କ ପାଖରେ ନାମ ପରିବର୍ତ୍ତନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା।

Related Articles

Leave a Reply

Your email address will not be published.

Back to top button