ଅଜିତ ପାୱାର୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ:ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ପରିବର୍ତ୍ତେ ଖୁବ୍‌ ଶୀଘ୍ର ‘ଏନ୍‌ସିପି’ ନେତା ଅଜିତ ପାୱାର୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜି ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି, ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ ଏବଂ ତାଙ୍କ ସହିତ ଥିବା ୧୬ ବିଦ୍ରୋହୀ ‘ଶିବସେନା’ ବିଧାୟକମାନଙ୍କୁ ବି ଅଯୋଗ୍ୟ ଘୋଷଣା କରାଯିବ।ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବଦଳିଯିବ‌େ। ଏକନାଥ ସିନ୍ଦେଙ୍କୁ ହଟାଇ ଦିଆଯିବ। ଏକନାଥ ସିନ୍ଦେ ଓ ୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେବେ। ‘ଶିବସେନା’, ‘ଏନ୍‌ସିପି’ ଓ ‘କଂ‌ଗ୍ରେସ’କୁ ‘ବିଜେପି’ ଭାଙ୍ଗୁଛି କିନ୍ତି, ଏଥିରୁ ସେମାନେ ଆଦୌ ଲାଭ ପାଇବେ ନାହିଁ। ମହାରାଷ୍ଟ୍ରରେ ଆମେ ଏକତ୍ର ହୋଇ ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବୁ। ‘ଏନ୍‌ସିପି’ ନେତାମାନେ ଦୁର୍ନୀତିରେ ଲିପ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ବେଳେ ଆଜି ସେହି ନେତାମାନେ ରାଜଭବନରେ ଶପଥ ଗ୍ରହଣ କରିବା ବଡ଼ କ୍ଷୋଭର କଥା ବୋଲି ସଞ୍ଜୟ ରାଉତ  କହିଛନ୍ତି।

Related Articles

Leave a Reply

Your email address will not be published.

Back to top button