ପାକିସ୍ତାନରେ ଖାଦ୍ୟ ପରେ ଔଷଧ ସଂକଟ, ଲୋକ ଖାଉଛନ୍ତି ନକଲି ଔଷଧ

ନୂଆଦିଲ୍ଲୀ: ଖାଇବା ବିନା ଭୋକରେ ଆଉଟୁ ପାଉଟୁ ହେଉଥିବା ପାକିସ୍ତାନ ଏବେ ଔଷଧ ପାଇଁ ଡହଳ ବିକଳ ହେଉଛି । ଦେଶରେ ଔଷଧକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଔଷଧକୁ ନେଇ କଳାବଜାରୀ ଆରମ୍ଭ ହୋଇଯାଇଛି । ଦେଶରେ ନକଲି ଔଷଧ ବଜାର ଗରମ ହୋଇଉଠିଛି । ଯାହାକୁ ନେଇ ଔଷଧର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି । ଦିନକୁ ଦିନ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ତଳକୁ ଖସୁଥିବା ବେଳେ ବିଦେଶରୁ ଔଷଧ ତିଆରି ପାଇଁ କଞ୍ଚାମାଲ କିଣିବା ମହଙ୍ଗା ପଡୁଛି । ତେଣୁ ଔଷଧ ତିଆରି କରୁଥିବା କମ୍ପାନୀଗୁଡିକ ଔଷଧର ମୂଲ୍ୟ ୩୮ପ୍ରତିଶତ ବୃଦ୍ଧି କରିବାକୁ ଦାବି କରିଛନ୍ତି । କିନ୍ତୁ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୌଣସି ଆକ୍ସନ ନେଉନାହିଁ। ଯାହାକୁ ନେଇ ଔଷଧ ଉତ୍ପାଦନକାରୀ କମ୍ପାନୀ ଔଷଧ ତିଆରି କରିପାରୁନାହାନ୍ତି । ଅନ୍ୟପଟେ ପାକିସ୍ତାନରେ ଜରୁରୀ ଔଷଧର ଘୋଷ ଅଭାବ ଦେଖାଦେଇଥିବାରୁ ଲୋକଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡୁଛି । ଲୋକ ସାମାନ୍ୟ ଔଷଧକୁ କିଣିବା ପାଇଁ ତାଙ୍କୁ ଅଧିକରୁ ଅଧିକ ଟଙ୍କା ଦେବାକୁ ପଡୁଛି । ଆଉ ଯେଉଁମାନଙ୍କ ପାଖରେ ଟଙ୍କାର ଅଭାବ ରହିଛି ସେମାନେ ବାଧ୍ୟ ହୋଇ ନକଲି ଔଷଧ ସେବନ କରୁଛନ୍ତି ।

Related Articles

Leave a Reply

Your email address will not be published.

Back to top button