ଦ୍ବିତୀୟ କକ୍ଷପଥ ପାର କଲା ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ନଜର ଭାରତର ସୂର୍ୟ୍ୟ ମିଶନ ଆଦିତ୍ୟ ଏଲ-୧ ଉପରେ ରହିଛି । ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ଚାରି ମାସର ଯାତ୍ରା ପରେ, ଏହା ସୂର୍ୟ୍ୟ ଏବଂ ପୃଥିବୀର ଅକ୍ଷରେ ଅବସ୍ଥିତ ଏଲ-୧ପଏଣ୍ଟରେ ସ୍ଥାପିତ ହେବ। ବର୍ତ୍ତମାନ ଆଦିତ୍ୟ ଏଲ-୧ ୨ୟ କକ୍ଷପଥ ସଫଳତାର ସହ ପାର କରିଛି। ଭାରତର ସୂଯ୍ୟ ମିଶନ ଆଦିତ୍ୟ ଏଲ-୧ ସଫଳତାର ସହ ପୃଥିବୀର ଦ୍ଵିତୀୟ କକ୍ଷପଥ ପରିବର୍ତ୍ତନ କରିଛି । ବେଙ୍ଗାଲୁରୁର ଆଇଏସ୍‌ଟିଆର୍‌ଏସି କେନ୍ଦ୍ରରୁ ଆଦିତ୍ୟ ଏଲ-୧ର କକ୍ଷପଥ ପରିବର୍ତ୍ତନର ଦ୍ୱିତୀୟ ପର୍ୟ୍ୟାୟ ସଫଳତାର ସହ କରାଯାଇଥିଲା। ଏହି ଅପରେଶନ ସମୟରେ ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ଆଇଟିଆର୍‌ଏସି /ଇସ୍ରୋ ଗ୍ରାଉଣ୍ଡ ଷ୍ଟେଶନ ଉପଗ୍ରହକୁ ଟ୍ରାକ କରିଥିଲା। ବର୍ତ୍ତମାନ ଆଦିତ୍ୟ ଏଲ-୧ର ନୂତନ କକ୍ଷପଥ ହେଉଛି ୨୮୨ କିଲୋମିଟର ଙ୍ଘ ୨୦୨୨୫ କିଲୋମିଟର । ପରବର୍ତ୍ତୀ ତୃତୀୟ କକ୍ଷପଥ ବଦଳାଇବା କାର୍ୟ୍ୟ ୧୦ ସେପ୍ଟେମ୍ବର ୨୦୨୩ରେ ପ୍ରାୟ ୨,୩୦ମିନିଟରେ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି, ସ୍ୟାଟେଲାଇଟ୍‌ ଦ୍ଵିତୀୟ ଆର୍ଥ ବାଉଣ୍ଡ୍‌ ମ୍ୟାନୁଭର୍‌ ସମାପ୍ତ କରିଛି । ବର୍ତ୍ତମାନ ଏହା ଏକ ନୂତନ କକ୍ଷପଥ ହାସଲ କରିଛ ।

Related Articles

Leave a Reply

Your email address will not be published.

Back to top button