ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଲା ହୁ

ନୂଆଦିଲ୍ଲୀ:  ପୁଣି ଫେରୁଛି କି କରୋନା । ସାରା ଦେଶର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହୁ ଭାରତ ପାଇଁ ସତର୍କବାଣୀ ଦେଇଛି । ପୁଣି ଭବିଷ୍ୟତରେ ଜଟିଳ ସ୍ୱାସ୍ଥ୍ୟସମସ୍ୟା ଥିବା ରୋଗୀଙ୍କୁ ଆଉ ଗୋଟିଏ ବୁଷ୍ଟର ଡୋଜର ଆବଶ୍ୟକତା ଥିବା କହିଛି ହୁ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁର ସଂଖ୍ୟା ନଆସିବା ଏକ ଆଶ୍ୱସ୍ତିକର ଖବର । କିନ୍ତୁ ଭବିଷ୍ୟତ ବିପଦର ଆକଳନ କରି ଏହା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ପୁଣି କାୟା ମେଲାଉଥିବା ବେଳେ ଆଉ ଏକ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।  ବୟସ୍କ ବ୍ୟକ୍ତିଙ୍କ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ କହିଛି ଡବ୍ଲୁଏଚ୍ଓ । ଏହି ବର୍ଗର ବ୍ୟକ୍ତିଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ କରୋନାର ବୁଷ୍ଟର ଡୋଜ ନେବାକୁ ବିଶେଷଜ୍ଞମାନେ ବି ପରାମର୍ଶ ଦେଇଛନ୍ତି । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତାବ୍ୟକ୍ତ କରିଛି ଡବ୍ଲୁଏଚଓା ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବୁଷ୍ଟର ଡୋଜ୍ ନେବାର ୬ କିମ୍ବା ୧୨ ମାସ ପରେ ଜଣେ ଅତିରକ୍ତ ବୁଷ୍ଟର ଡୋଜ୍ ନେଇପାରିବେ । ଦେଶରେ ଏବେ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Related Articles

Leave a Reply

Your email address will not be published.

Back to top button