ଗ୍ୟାସ୍‌ ଲିକ୍‌ ହୋଇ ଚାଲିଗଲା ୯ ଜୀବନ

ଲୁଧିୟାନା : ପଞ୍ଜାବ ଲୁଧିୟାନାରେ ବଡ଼ ଧରଣର ଅଘଟଣ ଘଟିଛି । ଗ୍ୟାସ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଗୁରୁତର ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି । ଆହତମାନେ ଏବେ ବି ବେହୋସ ରହିଛନ୍ତି । ତେବେ କେଉଁ ଗ୍ୟାସ ଲିକ୍‌ ହୋଇଛି, ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍‌ ସାମିଲ ହୋଇଛନ୍ତି । ଆଜି ସକାଳ ୭ଟା ୧୫ରେ ଏହି ଗ୍ୟାସ୍ ଲିକ୍ ଅଘଟଣ ଘଟିଥିଲା । ଶେରପୁର ଛକ ନିକଟସ୍ଥ ସୁଆ ରୋଡ଼ରେ ଥିବା ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍‌ ହୋଇଥିଲା । ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅନେକ ରହିଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି । ଏହାଛଡ଼ା କିଛି ଗୃହପାଳିତ ପଶୁ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଗ୍ୟାସ୍ କିପରି ଲିକ୍ ହେଲା ସେନେଇ କିଛି ତଥ୍ୟ ସାମ୍ନାକୁ ଆସିନି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ନିଶ୍ୱାସ ନେବାକୁ ଅସୁବିଧା ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଲୁଧିୟାନାରେ ଗତବର୍ଷ ମଧ୍ୟ ଏପରି ଏକ ଅଘଟଣ ଦେଖିବାକୁ ମିଳିଥିଲା । ଏକ ଟ୍ୟାଙ୍କରରୁ କାର୍ବନ ଡାଇଅକ୍ସାଇଡ ଲିକ୍ୱିଡ ଗ୍ୟାସ୍ ଲିକ୍ ହୋଇ ୫ ଜଣ ଲୋକ ପୀଡିତ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button