ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଲାଗୁ ୬ ବର୍ଷର ନିର୍ବାଚନୀ ପ୍ରତିବନ୍ଧକ: ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ୬ ବର୍ଷର ପ୍ରତିବନ୍ଧକ ମାଗିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜନ କରିଛନ୍ତି।ଆବେଦନକାରୀ ଓକିଲ ଆନନ୍ଦ ଏସ ଜୋନ୍ଧଲେ ଏପ୍ରିଲ ୯ ତାରିଖରେ ଉତ୍ତରପ୍ରଦେଶର ପିଲିଭୀତରେ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ଦର୍ଶାଇଥିଲେ। ଏହି ପିଟିସନରେ କୁହାଯାଇଥିଲା ଯେ, ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭୋଟରଙ୍କୁ ହିନ୍ଦୁ ଦେବତା ତଥା ହିନ୍ଦୁ ପୂଜାପାଠ ସ୍ଥାନ ତଥା ଶିଖ ଦେବତା ଏବଂ ଶିଖ ପୂଜାପାଠ ନାମରେ ବିଜେପିକୁ ଭୋଟ୍ ଦେବାକୁ ନିବେଦନ କରିଥିଲେ। ସୂଚନାଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜୋରଦାର ପ୍ରଚାର କରୁଛନ୍ତି। ଏହି ସମୟରେ ସୋମବାର ସେ କର୍ଣ୍ଣାଟକରେ ଉପସ୍ଥିତ ରହି ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କଂଗ୍ରେସକୁ ଅନେକ ଟାର୍ଗେଟ କରିଥିଲେ। କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଲୁଟ୍ ପାଇଁ କଂଗ୍ରେସ ମଧ୍ୟ କର୍ଣ୍ଣାଟକକୁ ଏଟିଏମରେ ପରିଣତ କରିଛି।

Related Articles

Leave a Reply

Your email address will not be published.

Back to top button