ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୫୪ ଜଣଙ୍କର ମୃତ୍ୟୁ, ଅତିରିକ୍ତ ସେନା ପଠାଇଲେ ସରକାର

ନୂଆଦିଲ୍ଲୀ: ମଣିପୁରରେ ହିଂସା ହେତୁ ଏପର୍ଯ୍ୟନ୍ତ ୫୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୧୬ ଟି ମୃତଦେହ ଚୁରାଚନ୍ଦପୁର ଜିଲ୍ଲା ଡାକ୍ତରଖାନାର ରଖାଯାଇଥିବାବେଳେ ୧୫ ଟି ମୃତଦେହ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଇମ୍ଫାଲ ଇଷ୍ଟରେ ଅଛି ବୋଲି ପିଟିଆଇ ରିପୋର୍ଟ କରିଛି। ଏହା ବ୍ୟତୀତ ଇମ୍ଫାଲ ୱେଷ୍ଟର ଲ୍ୟାମ୍ପେଲରେ ଥିବା ଆଞ୍ଚଳିକ ମେଡିକାଲ ସାଇନ୍ସ ୨୩ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ପ୍ରାୟ ୧୦ ହଜାର ସୈନ୍ୟବାହିନୀ ଏବଂ ଆସାମ ରାଇଫଲ୍ସ ନିୟୋଜିତ ହୋଇଛନ୍ତି। ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ପିଟିଆଇ ସୂତ୍ରରୁ ପ୍ରକାଶ। ୧୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଛି। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ମଣିପୁରକୁ ଅଧିକ ସେନା, ରାପିଡ୍ ଆକ୍ସନ୍ ଫୋର୍ସ ଏବଂ ସେଣ୍ଟ୍ରାଲ୍ ପୋଲିସ୍ ଫୋର୍ସ ପଠାଯାଇଛି।

Related Articles

Leave a Reply

Your email address will not be published.

Back to top button