୪୦ ହଜାର ପୃଷ୍ଠାର ଆର୍‌ଟିଆଇ ଉତ୍ତର

ଇନ୍ଦୋର: ଇନ୍ଦୋରର ଜଣେ ବ୍ୟକ୍ତି ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ)ରେ କୋଭିଡ୍‌ ମହାମାରୀ ସମ୍ପର୍କିତ ତଥ୍ୟ ଜାଣିବାକୁ ଆବେଦନ କରିଥିଲେ। ତାଙ୍କୁ ୪୦ ହଜାର ପୃଷ୍ଠାର ଉତ୍ତର ମିଳିଛି, ଯାହାକୁ ସେ କାର୍‌ରେ ଭର୍ତ୍ତି କରି ଘରକୁ ଆଣିଛନ୍ତି। ତେବେ ଆବେଦନର ମାସକ ମଧ୍ୟରେ ଉତ୍ତର ମିଳି ନ ଥିବାରୁ ଧର୍ମେନ୍ଦ୍ର ଶୁକ୍ଳାଙ୍କୁ ଏଥିପାଇଁ ପୃଷ୍ଠା ପ୍ରତି ୨ ଟଙ୍କା ପୈଠ କରିବାକୁ ପଡ଼ିନାହିଁ। ଶୁକ୍ଳା ଇନ୍ଦୋରର ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ (ସିଏମ୍‌ଏଚ୍‌ଓ)ଙ୍କ ନିକଟରେ ଆର୍‌ଟିଆଇ ଆବେଦନ କରିଥିଲେ। କୋଭିଡ୍‌ ମହାମାରୀ ସମୟରେ ଔଷଧ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ କ୍ରୟ ସମ୍ପର୍କିତ ସବିଶେଷ ଟେଣ୍ଡର ଏବଂ ବିଲ୍‌ ପୈଠ ଉପରେ ସେ ଆବେଦନ କରିଥିଲେ ବୋଲି କହିଛନ୍ତି। ମାସକ ମଧ୍ୟରେ ଉତ୍ତର ନ ମିଳିବାରୁ ସେ ପ୍ରଥମ ଆପିଲେଟ୍‌ ଅଫିସର ଡ. ଶରଦ ଗୁପ୍ତାଙ୍କୁ ଜଣାଇଥିଲେ।

Related Articles

Leave a Reply

Your email address will not be published.

Back to top button