୨ ହଜାର ନୋଟ୍ ବଦଳାଇବା ମାମଲା: ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କା ବିନିମୟ ବିରୋଧରେ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହା ଏକ ମାମଲା ନୁହେଁ ଯାହା ତୁରନ୍ତ ଶୁଣାଣି ହେବା ଆବଶ୍ୟକ। ଗ୍ରୀଷ୍ମ ଛୁଟି ପରେ ଆବେଦନକାରୀ ପ୍ରଧାନ ବିଚାରପତିଙ୍କଠାରୁ ଶୁଣାଣି ପାଇଁ ଅନୁରୋଧ କରିବା ଉଚିତ୍। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରିବାକୁ ଆବେଦନକାରୀମାନେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ, ନୋଟ୍ ବଦଳାଇବା ସମୟରେ ପରିଚୟ ପତ୍ର ଯାଞ୍ଚ ନକଲେ ଦୁର୍ନୀତିଗ୍ରସ୍ତ ତଥା ଜାତୀୟ ବିରୋଧୀ ଉପାଦାନ ଉପକୃତ ହେଉଛନ୍ତି। ମେ ୨୯ ତାରିଖରେ, ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଏହାକୁ ଏକ ନୀତିଗତ ବିଷୟ ବୋଲି କହିଥିଲେ। ସୁପ୍ରିମକୋର୍ଟର ଜଷ୍ଟିସ୍ ସୁଦର୍ଶନ ଧୁଲିଆ ଏବଂ କେ.ଭି ବିଶ୍ୱନାଥନଙ୍କ ବେଞ୍ଚରେ ନିଜ ଆବେଦନକୁ ଉପସ୍ଥାପନ କରି ଉପାଧ୍ୟାୟ ଯୁକ୍ତି କରିଛନ୍ତି ଯେ, ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ମନମୁଖୀ ଅଟେ। ଏହାକୁ ଅନୁମୋଦନ କରି ହାଇକୋର୍ଟ ଭୁଲ କରିଛନ୍ତି। କିନ୍ତୁ ବିଚାରପତିମାନେ ଉପାଧ୍ୟାୟଙ୍କ ଆବେଦନ ଶୁଣିବାକୁ ମନା କରିଦେଇଥିଲେ।

Related Articles

Leave a Reply

Your email address will not be published.

Back to top button