କଶ୍ମୀରରୁ ୨ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ ସୋମବାର ବାରମୁଳା ଜିଲ୍ଲାରୁ ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଇର୍ସାଦ ଗନାଇ ଓ ୱାସିମ ରାଜା ନାମକ ଏହି ଦୁଇ ଆତଙ୍କୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏମାନେ ଗତମାସରେ ବାନ୍ଦିପୋରା ଜିଲ୍ଲାରେ ବିସ୍ଫୋରଣ ଘଟାଇବାକୁ ଦୁଇଟି ଗ୍ୟାସ ସିଲିଣ୍ଡର ସହ ସଂଯୋଗ କରାଯାଇଥିବା ୧୮ କିଲୋ ଓଜନର ଆଇଇଡି ରାସ୍ତାରେ ଖଞ୍ଜିଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button