ଏଚ3ଏନ୍‌2 ପାଇଁ ପୁଡ଼ୁଚେରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବନ୍ଦ

ପୁଡ଼ୁଚେରୀ: କରୋନ ପ୍ରକୋପ ଥମିଥିବାବେଳେ ଏଚ3ଏନ୍‌2 ଭାଇରସ ସଭିଙ୍କୁ ଭୟଭୀତ କରିଛି । ଏଭଳି ସ୍ଥିତିରେ ପୁଡ଼ୁଚେରୀ ଶିକ୍ଷାମନ୍ତ୍ରୀ ନମସିଭୟମ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି । ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆସନ୍ତା ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଅନ୍ୟ ଶ୍ରେଣୀ ନିର୍ଦ୍ଧାରିତ ସମୟ ଅନୁସାରେ ଜାରି ରହିବ । ସୂଚନାଯୋଗ୍ୟ, ପୁଡ଼ୁଚେରୀରେ ଏଚ3ଏନ୍‌2 ସଂକ୍ରମଣର ୯୨ଟି ମାମଲା ସାମ୍ନାକୁ ଆସିଛି । ବର୍ଦ୍ଧିତ ସଂକ୍ରମଣ ଉପରେ ଦୃଷ୍ଟି ରଖିବା ପାଇଁ ହସ୍ପିଟାଲ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ଜାରି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button