ଇସ୍ରାଇଲର ମିସାଇଲ ମାଡରେ ୧୫ ସିରିଆ ନାଗରିକ ମୃତ

ନୂଆଦିଲ୍ଲୀ:   ରବିବାର ସକାଳୁ ରାଜଧାନୀ ଦମିଶକ ଉପରେ ଇସ୍ରାଇଲ ମିସାଇଲ ମାଡ କରିଛି । ଏହି ମିସାଇଲ ମାଡରେ ୧୫ ଜଣ ସିରିଆ ନାଗରିକଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣ ଦମିଶକର ଏକ ବଡ କୋଠା ଉପରେ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ ଏହି ଆକ୍ରମଣ ରବିବାର ସକାଳୁ ହୋଇଛି । ରିପୋର୍ଟରେ ଦାବି କରାଯାଇଛି ଯେ ଇସ୍ରାଇଲ ସିରିଆର ରାଜଧାନୀ ଦମିଶକକୁ ଟାର୍ଗେଟ କରି ଏହି ମିସାଇଲ ମାଡ କରିଥିଲା । ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ସିରିଆ ଉପରେ ଏକ ଆକ୍ରମଣ ହୋଇଥିଲା । ଏଥିରେ ୫୩ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ଆଇଏସଆଇସ କରିଥିବା କଥା ନିଜେ ସଂଗଠନ ଦାବି କରିଥିଲା । ସିରିଆ ଗଣମାଧ୍ୟମ କହିଛି କି ଏହି ଆକ୍ରମଣ ଗତ ଏକ ବର୍ଷ ମଧ୍ୟରେ ଜିହାଦୀଙ୍କ ଦ୍ୱାରା ହୋଇଥିବା ସବୁଠାରୁ ବଡ ଆକ୍ରମଣ ।

Related Articles

Leave a Reply

Your email address will not be published.

Back to top button