ଭାରତ ଆସିବେ ଆଉ ୧୨ ଚିତା !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ୧୨ ଚିତାବାଘର ଦ୍ୱିତୀୟ ବ୍ୟାଚ୍ ଚଳିତ ମାସରେ ଭାରତ ଅଣାଯିବାର ସମ୍ଭାବନା ରହିଛି । ସମସ୍ତ ଚିତା ସେଠାରେ ଗତ ୬ ମାସ ହେଲା କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଦେଇଛି । ଦକ୍ଷିଣ ଆଫ୍ରିକାରୁ ଅଣାଯିବାକୁ ଥିବା ୧୨ ଚିତାବାଘଙ୍କୁ ମଧ୍ୟ ମଧ୍ୟପ୍ରଦେଶର କୁନୋ ନାସ୍‌ନାଲ୍ ପାର୍କରେ ଛଡ଼ାଯିବ । ପୂର୍ବରୁ ନାମ୍ବିୟାରୁ ପ୍ରଥମ ବ୍ୟାଚ୍‌ରେ ୮ ଚିତାଙ୍କୁ ଅଣାଯାଇଥିଲା । ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୭୨ତମ ଜନ୍ମ ଦିବସରେ ସେମାନଙ୍କୁ କୁନା ନାସ୍‌ନାଲ୍ ପାର୍କରେ ଛାଡ଼ିଥିଲେ ।

Related Articles

Leave a Reply

Your email address will not be published.

Back to top button