ସଡ଼କ ଦୁର୍ଘଟଣାରେ ୭ ଶିଶୁଙ୍କ ସମେତ ୧୧ ମୃତ

ଜୟପୁର : ରାଜସ୍ଥାନର ଦୌସା ମନୋହରପୁର ଜାତୀୟ ରାଜପଥରେ ବାପି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୧ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୭ ପିଲା ଏବଂ ୩ ମହିଳା ସାମିଲ ଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ କିଛି ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ସାମ୍ନାରେ ଯାଉଥିବା କଣ୍ଟେନର୍‌କୁ ପଛରୁ ଜୋର୍‌ଦାର୍ ଧକ୍କା ଦେଇଥିଲା। ଏହି ସମୟରେ କଣ୍ଟେନର୍‌ର ସ୍ପିଡ୍ ସାଧାରଣ ଥିଲେ ମଧ୍ୟ ପିକ୍‌ଅପ୍ ଭ୍ୟାନ୍‌ର ଗତି ଅଧିକ ଥିଲା। ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ସେଠାରେ ପହଞ୍ôଚôଥିଲେ ଏବଂ ପୁଲିସ୍‌କୁ ଖବର ଦେଇଥିଲେ। ତେବେ ରିପୋର୍ଟ ଲେଖାହେବା ବେଳକୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୁରୁଷ ବ୍ୟକ୍ତି (ପିକ୍‌ଅପ୍ ଭ୍ୟାନ୍‌ର ଡ୍ରାଇଭର୍ ବୋଲି ଅନୁମାନ କରାଯାଉଛି) ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୨୨ଜଣକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପିକ୍‌ଅପ୍‌ରେ ଥିବା ଶ୍ରଦ୍ଧାଳୁମାନେ ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିର ଏବଂ ସାଲସାର୍ ବାଲାଜୀ ମନ୍ଦିରରୁ ଦର୍ଶନ ସାରି ଭୋର୍ ୩.୩୦ରୁ ୫ଟା ମଧ୍ୟରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ପିଲାମାନଙ୍କ ବୟସ ୩ରୁ ୯ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ୍ ଟିମ୍‌, ପ୍ରଶାସନିକ ଅଧିକ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଅନ୍ୟାନ୍ୟ ନେତାମାନେ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button