୧୦୦ ମିଲିୟନ କ୍ଲବରେ ସାମିଲ ହେଲେ କୋହଲି

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ସେ ପ୍ରଥମ ଏସୀୟ ସେଲିବ୍ରିଟି ଭାବେ ୧୦୦ ମିଲିୟନ (୧୦ କୋଟି) ଅନୁଗାମୀ କ୍ଲବରେ ସାମିଲ ହୋଇଛନ୍ତି । ଏଥିସହ ସେ ପପ ଷ୍ଟାର ଡେମି ଲୋଭୋଟୋ (୯୫) ମିଲିୟନ) ଓ ବାର୍ସେଲୋନା (୯୪) କୁ ପଛରେ ପକାଇ ଦେଇଛନ୍ତି । ଏସୀୟ ସେଲିବ୍ରିଟି ଭାବେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା (୬୦.ମିଲିୟନ) ଦ୍ୱିତୀୟ ଏବଂ ଶ୍ରଦ୍ଧା କପୁର (୫୮ ମିଲିୟନ) ତୃତୀୟ ସ୍ଥାନରେ ରହିଛନ୍ତି । ଇନଷ୍ଟାଗ୍ରାମରେ ସବୁଠୁ ଲୋକପ୍ରିୟ ସେଲିବ୍ରିଟି ହେଉଛନ୍ତି ପର୍ତ୍ତୁଗାଲର ଷ୍ଟା ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ।

Related Articles

Leave a Reply

Your email address will not be published.

Back to top button