ୟୁଏଇ ଥିଏଟର୍ସରେ ରିଲିଜ ହେବ ‘ରାଧେ’

କୋରୋନା କାଳରେ ମନୋରଞ୍ଜନ ଜଗତ ଓ ସେଲିବ୍ରିଟିଙ୍କ ପାଇଁ କୌଣସି ରାସ୍ତା ନ ଥିବା ଭଳି ମନେହେଉଛି। ଯେ କୌଣସି ଫିଲ୍ମକୁ ଏଭଳି ରିଲିଜ କରିବା କମ ଚ୍ୟାଲେଞ୍ଜିଂ ନୁହେଁ। ଖୁବଶୀଘ୍ର ଇଦ ଆସୁଛି। ଇଦ ଅବସରରେ ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ସିନେମା ରିଲିଜ ହେବା ଏକ ପରମ୍ପରା ପାଲଟିଛି। ୨୦୨୦ରେ ଲକଡାଉନ କାରଣରୁ ହୁଏତ ଏହି ପରମ୍ପରା ଭାଙ୍ଗି ଯାଇଥିଲା। କିନ୍ତୁ ୨୦୨୧ ଇଦ ଅବସରରେ ସଲମାନ ତାଙ୍କ ଆଗାମୀ ସିନେମା ‘ରାଧେ: ୟୋର ମୋଷ୍ଟୱାଣ୍ଟେଡ ଭାଇ’ ସିନେମା ରିଲିଜ କରିବାକୁ ଯାଉଛନ୍ତି। ଏହି ସିନେମାର ରିଲିଜକୁ ନେଇ ସଲମାନ ଏକ ବଡ଼ ଘୋଷଣା କରିଛନ୍ତି। ଭାରତରେ କୋରୋନା ମହାମାରୀ ଯେଉଁଭଳି ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି, ଏହାକୁ ଦୃଷ୍ଟିରେ ରଖି ଏହି ଫିଲ୍ମକୁ ଥିଏଟରରେ ରିଲିଜ କରାଯାଇପାରିବ ନାହିଁ। ଏପରିସ୍ଥଳେ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ପ୍ରସ୍ତୁତ ହେଉଛି। ଭାରତ ସହିତ ଏହି ସିନେମା ୟୁଏଇ ଥିଏଟରରେ ମଧ୍ୟ ରିଲିଜ କରାଯିବ। ସଲମାନ ଏ ସମ୍ପର୍କରେ ନିଜେ ଘୋଷଣା କରିଛନ୍ତି। ୟୁଏଇରେ ‘ରାଧେ: ୟୋର ମୋଷ୍ଟୱାଣ୍ଟେଡ ଭାଇ’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଥିଏଟରରେ ଦେଖାହେବା ଓ ସମସ୍ତେ ସୁରକ୍ଷିତ ରହନ୍ତୁ ବୋଲି ସଲମାନ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ଏହି ସିନେମାର ଟ୍ରେଲର ଓ ଦୁଇଟି ଗୀତ ରିଲିଜ ହୋଇସାରିଛି। ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମର ଟ୍ରେଲରକୁ ବିଭିନ୍ନ ପ୍ଲାଟଫର୍ମରେ ୭୦ ମିଲିଅନର ଅଧିକ ଭିଉଜ ମିଳିଛି। ମାତ୍ର ଗୋଟିଏ ସପ୍ତାହରେ ଏତେ ଭିଉଜ ମିଳିବା ପ୍ରମାଣ କରୁଛି ଯେ ଦର୍ଶକ ଫିଲ୍ମକୁ କେତେ ପସନ୍ଦ କରିବେ। ଏହି ସିନେମାରେ ଦିଶା ପଟ୍ଟାନୀ ସଲମାନଙ୍କ ବିପକ୍ଷରେ ନଜର ଆସୁଥିବାବେଳେ ରଣଦୀପ ହୁଡା ଖଳନାୟକ ଚରିତ୍ରରେ ନଜର ଆସୁଛନ୍ତି। ଜ୍ୟାକି ଶ୍ରଫ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ସିନେମା ୧୩ ମେ’ରେ ରିଲିଜ ହେବାକୁ ଯାଉଛି।

Related Articles

Leave a Reply

Your email address will not be published.

Back to top button