ସେନା କ୍ୟାମ୍ପ ଉପରେ ଆତଙ୍କୀ ହମଲା, ୩ ଯବାନ ଶହୀଦ

ଶ୍ରୀନଗର: ସୀମାରେ ପୁଣି ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସେନା କ୍ୟାମ୍ପ ଉପରକୁ ଆତଙ୍କୀ ଆକ୍ରମଣ ହୋଇଛି । ରଜୌରୀ ଦାରହାଲ ଅଞ୍ଚଳର ୨୫ କିଲୋମିଟର ଦୂର ପାରଗାଲରେ କେହିଜଣେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ କରିଛି । ଏଥିରେ ୩ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଛନ୍ତି । ସୁରକ୍ଷା ଯବାନଙ୍କ ପାଲଟା ଜବାବରେ ୨ ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି । ବର୍ତ୍ତମାନ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସର୍ଚ୍ଚ ଅପରେସନ ଜୋରଦାର ହୋଇଥିବା ସୂଚନା ଦେଇଛନ୍ତି ଜମ୍ମୁ ଏଡିଜିପି ମୁକେଶ ସିଂହ । ପ୍ରକାଶ ଥାଉ କି, ଗତକାଲି  ବୁଡଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଥିଲା । ସୁରକ୍ଷା ବାହିନୀର ଗୁଳିରେ ଆତ୍ମଗୋପନ କରିଥିବା ସମସ୍ତ ୩ ଆତଙ୍କୀ ନିପାତ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button