ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ ୭ ଦେଶର ରାଷ୍ଟ୍ରଦୂତ

ଭୁବନେଶ୍ବର: ଗୁରୁବାର ପୂର୍ବାହ୍ନରେ ୭ ଟି ଦେଶର ରାଷ୍ଟ୍ରଦୂତ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ମାଲେସିଆ, ମିଆଁମାର, ଥାଇଲାଣ୍ଡ, ଭିଏତନାମ, ବୃନେଇ ଇଣ୍ଡୋନେସିଆ, ଲାଓପୀଡ଼ିଆର ଦେଶର ରାଷ୍ଟ୍ରଦୂତ କଡା ସୁରକ୍ଷା ବଳୟରେ  କୋଣାର୍କ ରେ ପହଂଚିବା ପରେ ପ୍ରଥମେ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ସମୁଖ ରେ ଏହି ୭ ଦେଶ ର ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା I ବ୍ୟାଖ୍ୟାନ କେନ୍ଦ୍ର ବୁଲିସାରି ସୂର୍ଯ୍ୟମନ୍ଦିରର ବିଭିନ୍ନ  ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡିକୁ ଟିକିନିକ ଭାବେ ବୁଲି ଦେଖି  ଖୁସି ପ୍ରକଟ କରିଥିଲେ । କୋଣାର୍କ ର ବରିଷ୍ଠ ଗାଇଡ ବିଶେଶ୍ୱର ଦାଶ ସୂର୍ଯ୍ୟମନ୍ଦିରର ଐତିହାସିକ  ସମସ୍ତ ତଥ୍ୟ ବୁଝାଇ ଦେଖାଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ, ଅମୀୟ କୁମାର ସେଠି, କୋଣାର୍କ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ,ଏଏସଆଇ ଅଧିକାରୀ ଚିତ୍ତରଞ୍ଜନ ଦାଶ, ଆଇଓଏଫ ଅଧିକାରୀ ରାଜକିଶୋର ଦଳାଇ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ଇ ଏହି ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା I

Related Articles

Leave a Reply

Your email address will not be published.

Back to top button