ଶପଥ ନଲେ ନୂଆ ପ୍ରଧାନବିଚାରପତି

ନୂଆଦିଲ୍ଲୀ: ଆଜି ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଉଦୟ ଉମେଶ ଲଳିତ୍ । ରାଷ୍ଟ୍ରପତି ଭବନର ଦରବାର ହଲ୍ ଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ  ହୋଇଥିଲା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ୟୁୟୁ ଲଳିତଙ୍କ ଘର ମହାରାଷ୍ଟ୍ରରେ । ତାଙ୍କର ୯୦ ବର୍ଷୀୟ ଜେଜେବାପା ରଙ୍ଗନାଥ ଲଳିତ୍ ଜଣେ ଆଇନଜୀବୀ ଥିଲେ । ଭାରତ ସ୍ବାଧୀନ ହେବା ପୂର୍ବରୁ ସେ ସୋଲାପୁରରେ ଓକିଲାତି କରୁଥିଲେ । ନିଜ ରାଜ୍ୟରେ ଦୀର୍ଘ ଦିନ ଧରି ଓକିଲାତି କରିବା ପରେ ସେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୟୁୟୁ ଲଳିତ୍ ଦିଲ୍ଲୀରେ ଅପରାଧିକ ମାମଲା ଲଢି ଟପ୍‌ କ୍ରିମିନାଲ ଲୟର ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ଏହାପରେ ତାଙ୍କୁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ ସୁଯୋଗ ମିଳିଥିଲା । ୨୦୧୪ରେ ସେ ଜଣେ ଆଇନଜୀବୀରୁ ସେ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ । ସୂଚନାଥାଉକି, ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣା ବିଦାୟ ନେଇଥିଲେ । ଏହାପରେ ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀଶ ଭାବେ ଦାୟିତ୍ବ ଅର୍ପଣ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button