ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନ ହେଲେ ଦେଶରେ ନୂଆ ସିଡିଏସ

ନୂଆଦିଲ୍ଲୀ: ଦେଶର ନୂଆ ସିଡିଏସ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନ I ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସେ ସିଡିଏସ୍ ସହିତ ସେନା ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟକରିବେ। ଅନୀଲ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମେ’ ରେ ଅବସର ଗ୍ରହଣ କରିଥିଲେ। ବିପିନ ରାୱାନ୍ତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲିଥିଲେ। ଦୀର୍ଘ ୯ ମାସ ପାରେ ନୂଆ ସିଡିଏସ୍ ନିଯୁକ୍ତି ମିଳିଛି। ନୂତନ ସିଡିଏସ ଅନୀଲ ଚୌହ୍ୱାନଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ସୂଚନା ଅନୁଯାୟୀ, ୧୯୬୧ରେ ଜନ୍ମିତ ଅନୀଲ ଚୌହ୍ୱାନ ଗତବର୍ଷ ଅବସର ନେଇଥିଲେ । ସେ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଥିଲେ । ସେ ୪ ଦଶନ୍ଧିର ସେନା କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବିଶେଷ ଉପଲବ୍ଧି ରହିଛି। ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଇଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ୍ ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଥିଲେ । ପରମ ବିଶିଷ୍ଟ ସେବା ମେଡାଲ୍, ଉତ୍ତମ ଯୁଦ୍ଧ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍, ସେନା ମେଡାଲ୍ ଓ ବିଶିଷ୍ଟ ସେବା ମେଡାଲର ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ ପରେ ଜେନେରାଲ୍ ଅନୀଲ ଚୌହାନ ଭାବେ ପରିଚିତ ହେବେ। ୨୦୨୧ ଡିସେମ୍ବରରେ ଜେନେରାଲ୍ ବିପିନ ରାଓ୍ୱତଙ୍କ ଦେହାନ୍ତ ପରେ ସିଡିଏସ୍ ପଦବୀ ଖାଲି ପଡ଼ିଥିଲା। ସୂଚନା ଅନୁଯାୟୀ, ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ଜେନେରାଲ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ସିଡିଏସ ପଦଟି ଖାଲି ରହିଥିଲା ।

Related Articles

Leave a Reply

Your email address will not be published.

Back to top button