ବାଟଲା ହାଉସ ଏନକାଉଣ୍ଟର ମାମଲା

ଦୋଷୀ ଆରିଜ ଖାନକୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ଆରିଜ ଖାନକୁ ମୃତ୍ୟୁଦଣ୍ଡ ମିଳିଛି । ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ଶାଖାର ଇନ୍ସିପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା କରିଥିବା ମାମଲାରେ ଗତ ମାର୍ଚ୍ଚ ୮ ତାରିଖରେ ଆରିଜ ଖାନକୁ ଦିଲ୍ଲୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଏହି ମାମଲାରେ କୋର୍ଟ ଆରିଜକୁ ମୃତ୍ୟୁଦଣ୍ଡ ଦେବା ସହ ୧୧ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । କୋର୍ଟ ଏହି ମାମଲାକୁ ବିରଳରୁ ଅତି ବିରଳ ବୋଲି କହିଛନ୍ତି । ୧୦ ଲକ୍ଷ ଟଙ୍କା ତୁରନ୍ତ ଇନ୍ସିପେକ୍ଟରଙ୍କ ପରିବାର ସଦସ୍ୟଙ୍କୁ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ୨୦୧୩ ରେ ଆରିଜର ସହଯୋଗୀ ଶେହଜାଦ ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା ଏବଂ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୨୦୦୮ ଦିଲ୍ଲୀରେ ସିରିଜ ବୋମା ବିସ୍ଫୋରଣ ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ସିରିଜ ବୋମା ବିସ୍ଫୋରଣରେ ସପ୍ତାହକ ପରେ ଦିଲ୍ଲୀର ଜାମିଆ ନଗର ସ୍ଥିତ ବାଟଲା ହାଉସ ଏନକାଉଣ୍ଟର ହୋଇଥିଲା । ସେପ୍ଟେମ୍ବର ୧୯ରେ ଦିଲ୍ଲୀ ପୁଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟର ସମୟରେ ପୁଲିସ ଇନ୍ସିପେକ୍ଟର ମୋହନ ଚାନ୍ଦ ଶର୍ମା ଗୁଳି ମାଡ଼ରେ ଶିକାର ହୋଇ ପ୍ରାଣ ହରାଇଥିଲେ । ପୁଲିସ ରିପୋର୍ଟ ମୁତାବକ ଖାନ ବାଟଲା ହାଉସରେ ଅନ୍ୟ ୪ ଆତଙ୍କବାଦୀଙ୍କ ସହ ଉପସ୍ଥିତ ଥିଲା ।

Related Articles

Leave a Reply

Your email address will not be published.

Back to top button