ପଶ୍ଚିମବଙ୍ଗ ନିର୍ବାଚନ : ୯୨ ଆସନରେ ଲଢିବ କଂଗ୍ରେସ

କୋଲକାତା : ପଶ୍ଚିମବଙ୍ଗରେ ଗୋଟିଏ ପଟେ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇସାରିଥିବାବେଳେ ବାମଦଳ ସହ କଂଗ୍ରେସ ମେଂଟ କରି ନିର୍ବାଚନ ଲଢ଼ିବ  ଚଳିତ ନିର୍ବାଚନରେ କଂଗ୍ରେସ ୯୨ ଆସନରେ ଲଢ଼ିବ ବୋଲି ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀ ପ୍ରକାଶ କରିଛନ୍ତି  ସେ କହିଛନ୍ତିଯେ, ବାମଦଳ ସହ କଂଗ୍ରେସର ଆସନ ବୁଝାମଣା ହୋଇସାରିଛି  ଆସନ୍ତା ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି   ଅଧିର କହିଛନ୍ତିଯେ, କଂଗ୍ରେସ ୧୩୦ ଆସନରେ ଲଢ଼ିବାକୁ ଦାବି କରିଥିଲା  କିନ୍ତୁ ଆରଜେଡ଼ି ଓ ଏନସିପି ପାଇଁ କିଛି ଆସନ ଛାଡ଼ିବା ନିମନ୍ତେ ଦଳ ୯୨ ଆସନରେ ସନ୍ତୁଷ୍ଟ ହୋଇଛି । ତେବେ ଏହି ୯୨ ଆସନରୁ ଆରଜେଡ଼ି ବା ଏନସିପିକୁ ଦଳ ଭାଗ ଛାଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି  ଅପରପକ୍ଷରେ ବାମ ସାମ୍ମୁଖ୍ୟ ଅଧ୍ୟକ୍ଷ ବିମାନ ବୋଷ ମଧ୍ୟ ଆସନ ବୁଝାମଣାରେ କୌଣସି ସମସ୍ୟା ନାହିଁ ବୋଲି ପ୍ରକାଶ କରିସାରିଛନ୍ତି  ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ  ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାର ଥିବାବେଳେ ଅପ୍ରେଲ ୨୯ରେ ଶେଷ ପର୍ଯ୍ୟାୟ ନିର୍ବାଚନ କରାଯିବ 

Related Articles

Leave a Reply

Your email address will not be published.

Back to top button