ଧୂଆଁ ସତ୍ତ୍ୱେ ଇଣ୍ଡିଗୋ ବିମାନର ସଫଳ ଅବତରଣ

କୋଲକାତା: ବିମାନରେ ଧୂଆଁ ବାହାରୁଥିବା ସତ୍ତ୍ୱେ ଦିଲ୍ଲୀରୁ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ପାଇଲଟ୍ ରବିବାର କୋଲକାତା ଏୟାରପୋର୍ଟରେ ସଫଳ ଅବତରଣ କରାଇଛନ୍ତି । ବିମାନର କାର୍ଗୋ ସେକ୍ସନରେ ଧୂଆଁ ବାହାରୁଥିବା ଲକ୍ଷ୍ୟ କରିବାପରେ ଏଟିସି ପକ୍ଷରୁ ପାଇଲଟଙ୍କୁ ଅବଗତ କରାଯାଇଥିଲା । ଏଥିସହିତ ରନ୍ୱେରେ ଦମକଳ ଗାଡିକୁ ମଧ୍ୟ ସଜାଗ ରଖାଯାଇଥିଲା । ତେବେ କୌଣସି ଅଘଟଣ ଘଟିନଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।