ତିସ୍ତାଙ୍କ ଜାମିନ ଆବଦେନ ପ୍ରସଙ୍ଗ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ: ସାମାଜିକ କର୍ମୀ ତିସ୍ତା ସେତଲଭାଦ୍‌ଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରାଯାଇଛି । ଅଗଷ୍ଟ ୨୫ରେ ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବାକୁ ଥିବାବେଳେ ସେହି ସମୟ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏସ୍‌ଆଇଟିକୁ ବିଭ୍ରାନ୍ତ କରିଥିବା ଅଭିଯୋଗରେ ଗୁଜରାଟ ପୁଲିସ ଚଳିତବର୍ଷ ଜୁନ ୨୫ରେ ତିସ୍ତାଙ୍କୁ ମୁମ୍ବାଇରୁ ଗିରଫ କରିଥିଲା । ସେହିଦିନଠାରୁ ତିସ୍ତା ଜେଲରେ ରହିଛନ୍ତି । ଜୁଲାଇ ୩୦ରେ ତିସ୍ତାଙ୍କ ଜାମିନ ଆବେଦନକୁ ଗୁଜରାଟର ଏକ ନିମ୍ନ ଅଦାଲତ ଖାରଜ କରିବାପରେ ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହାର ଶୁଣାଣି ସେପ୍ଟେମ୍ବର ୧୯କୁ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତିସ୍ତା ସୁପ୍ରିମକୋର୍ଟରେ ସାନି ଜାମିନ ଆବେଦନ ଦାଖଲ କରିଥିବାବେଳେ ପ୍ରଖ୍ୟାତ ଆଇନଜୀବୀ କପିଲ ସିବଲ ତାଙ୍କ ମାମଲା ପରିଚାଳନା କରୁଛନ୍ତି ।

Related Articles

Leave a Reply

Your email address will not be published.

Back to top button